Explore

Search

April 9, 2026 9:16 pm

ଜିଲ୍ଲାପାଳ ହେବ ତ ଏମିତି : ଲୋକଙ୍କ ଦୁଃଖ ବୁଝିଲେ ଭି.କୀର୍ତ୍ତିଭାସନ

ଛତ୍ରପୁର : ଜିଲ୍ଲାପାଳ ହେବ ତ ଏମିତି । ଲୋକଙ୍କ ସୁଖଦୁଃଖର ସାଥୀ ହୋଇ ସବୁ ବେଳେ ଛିଡା ହୋଇଥାନ୍ତି ଗଞ୍ଜାମ ଜିଲ୍ଲାପାଳ । ଆଉ କେହି ଯେମିତି ଅନ୍ଧାରରେ ନରହିବେ ସେଥିପାଇଁ ଗଞ୍ଜାମ ଜିଲ୍ଲାପାଳ ନେଲେ ବଡ ପଦକ୍ଷେପ । ପ୍ରାୟ ୨ ଶହ ପରିବାରର ଘରେ ସୌରଶକ୍ତି ଲଗାଇ ବିଦ୍ୟୁତଶକ୍ତି ଉପରେ ନିର୍ଭରଶୀଳତାକୁ ହ୍ରାସ କରିବାରେ ସକ୍ଷମ ହୋଇପାରିଛି ଜିଲ୍ଲା ପ୍ରଶାସନ । ଆଉ ଯେଉଁଥିପାଇଁ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତିଭାସନଙ୍କୁ ଧନ୍ୟବାଦ ଜଣେଇଛନ୍ତି ଗ୍ରାମବାସୀ ।
ସବୁ ଘରର ଛାତ ଉପରେ ତିଆରି ହୋଇଛି ସୌର ପ୍ୟାନେଲ । ଏଥିପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ୨ ଶହ ପରିବାରର ଘରେ ସୌରଶକ୍ତି ଲଗାଇ ବିଦ୍ୟୁତଶକ୍ତି ଉପରେ ନିର୍ଭରଶୀଳତାକୁ ହ୍ରାସ କରିବାରେ ସକ୍ଷମ ହୋଇପାରିଛି ।
ଯାହା ଆଦର୍ଶ ସୌର ଗ୍ରାମ ଯୋଜନା ଗ୍ରାମାଞ୍ଚଳର ବିକାଶରେ ନୂତନ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି । ପିଏମ ସୂର୍ଯ୍ୟଘର ଯୋଜନାରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ମାଟିଖାଲ ଗାଁର ୨ ଶହ ପରିବାରର ଘରରର ଛାତ ଉପରେ ଲାଗିଛି ସୋଲାର ପ୍ୟାନେଲ । ଡ଼ିଏମଏଫଓ ଏବଂ ସିଏସଆର ଜରିଆରେ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ମାଟିଖାଲ ଗାଁକୁ ଏକ ମଡେଲ ସୋଲାର ଗାଁ ଭାବେ ନିଆଯାଇଛି ।
କେବଳ ମାଟିଖାଲ ନୁହେଁ ଆଗାମୀ ଦିନରେ ଛତ୍ରପୁର ସମେତ ଜିଲ୍ଲାର ଅନେକ ଗାଁକୁ ଚିହ୍ନଟ କରି ସୋଲାର ଗାଁରେ ପରିଣିତ କରାଯିବ । ଚଳିତ ବର୍ଷ ଜିଲ୍ଲାରେ ପ୍ରତି ପଞ୍ଚାୟତର ଶହେ ହିତାଧିକାରୀଙ୍କୁ ଚିହ୍ନଟ କରି ପିଏମ ସୂର୍ଯ୍ୟଘର ବିଜୁଳି ଯୋଜନାରେ ସାମିଲ କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତିଭାସନ କହିଛନ୍ତି । ଏହି ଲୋକପ୍ରିୟ ଯୋଜନାର ଲାଭ ଉଠାଇବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଏହି ଯୋଜନା ଅଧୀନରେ ନବୀକରଣୀୟ ଏବଂ ସ୍ୱଚ୍ଛ ଶକ୍ତି ପାଇବା ପାଇଁ ଛାତ ଉପରେ ସୌର ପ୍ରଣାଳୀ ସ୍ଥାପନ କରିବାକୁ ଗଞ୍ଜାମ ଜିଲ୍ଲାପାଳ ଅନ୍ୟମାନଙ୍କୁ ଆଗେଇ ଆସିବାକୁ କହିଥିଲେ।
ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନର ଏଭଳି ନିଆରା ପଦକ୍ଷେପକୁ ନେଇ ସ୍ଥାନୀୟ ବାସିନ୍ଦା ଖୁସିବ୍ୟକ୍ତ କରିବା ସହ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତିଭାସନଙ୍କୁ ଧନ୍ୟବାଦ ଦେଇଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score