Explore

Search

April 10, 2026 9:12 pm

ଜାତୀୟ କନ୍ୟା ସନ୍ତାନ ଦିବସ

ଆଜି ସାରା ଦେଶରେ ଜାତୀୟ କନ୍ୟା ସନ୍ତାନ ଦିବସ ଉତ୍ସାହ ଓ ସଚେତନତା ସହ ପାଳନ କରାଯାଉଛି । ଜଣେ ଶିଶୁକନ୍ୟା କେବଳ ଖାଲି ଝିଅ ନୁହେଁ, ସେ ହେଉଛି ଆଗାମୀ ଦିନର ସ୍ରଷ୍ଟା, ସମାଜ ଓ ସଭ୍ୟତାର ମୂଳଦୁଆ, ଏବଂ ଏକ ଉଜ୍ଜ୍ୱଳ ଭବିଷ୍ୟତର ପ୍ରତୀକ।

୨୦୨୬ ମସିହାର ଏହି ବିଶେଷ ଦିନଟି କେବଳ ଏକ ପର୍ବ ନୁହେଁ, ବରଂ କନ୍ୟାମାନଙ୍କ ଅଧିକାର ସୁରକ୍ଷା, ସେମାନଙ୍କୁ ଗୁଣାତ୍ମକ ଶିକ୍ଷା, ସୁସ୍ଥ ସ୍ୱାସ୍ଥ୍ୟ ସେବା ଓ ସମାଜର ସମସ୍ତ କ୍ଷେତ୍ରରେ ସମାନ ସୁଯୋଗ ପ୍ରଦାନ କରିବା ପାଇଁ ସଙ୍କଳ୍ପ ନେବାର ଦିନ ।

ଏହି ଅବସରରେ ଲୋକମାନେ କନ୍ୟା ଭୃଣ ହତ୍ୟା, ଲିଙ୍ଗଭେଦ ଭଳି ସମାଜିକ କୁପ୍ରଥା ବିରୋଧରେ ସଚେତନ ହେବା ସହ କନ୍ୟା ସଶକ୍ତିକରଣ ପାଇଁ ଏକାଠି ହେବାର ଆହ୍ୱାନ ଜଣାଯାଉଛି । କନ୍ୟାଙ୍କୁ ସମ୍ମାନ, ସୁରକ୍ଷା ଓ ସମାନ ଅଧିକାର ଦେବା ହେଉଛି ଏକ ସଶକ୍ତ ଭାରତ ଗଢ଼ିବାର ମୂଳ ମନ୍ତ୍ର।

କାହିଁକି ପାଳନ କରାଯାଏ ଏହି ଦିବସ ?

ପ୍ରତିବର୍ଷ ଜାନୁଆରୀ ୨୪ ତାରିଖରେ ଭାରତରେ ଜାତୀୟ କନ୍ୟା ସନ୍ତାନ ଦିବସ ସମଗ୍ର ଦେଶରେ ପାଳନ କରାଯାଏ । କନ୍ୟା ସନ୍ତାନଙ୍କ ପ୍ରତି ସମାଜର ଦୃଷ୍ଟିକୋଣରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଏବଂ ସେମାନଙ୍କ ଅଧିକାର ସୁରକ୍ଷା ପାଇଁ ଜନସଚେତନତା ସୃଷ୍ଟି କରିବା ଏହି ଦିନର ମୂଳ ଉଦ୍ଦେଶ୍ୟ।

୨୦୦୮ ମସିହାରେ କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଏହି ଅଭିଯାନର ଆରମ୍ଭ କରାଯାଇଥିଲା। ସମାଜରେ କନ୍ୟା ସନ୍ତାନମାନେ ସାମ୍ନା କରୁଥିବା ଲିଙ୍ଗଭେଦ, ଶିକ୍ଷାର ଅଭାବ, ଅସମାନତା ଏବଂ ବିଭିନ୍ନ କୁସଂସ୍କାର ବିରୋଧରେ ଲୋକମାନଙ୍କୁ ସଚେତନ କରିବା ଏହାର ମୁଖ୍ୟ ଲକ୍ଷ୍ୟ।

ଏହି ଦିନଟି ଆମକୁ ଏହି ସନ୍ଦେଶ ଦିଏ ଯେ, ଯେତେବେଳେ ଜଣେ ଝିଅ ଶିକ୍ଷିତ ଓ ସଶକ୍ତ ହୁଏ, ସେତେବେଳେ କେବଳ ଏକ ପରିବାର ନୁହେଁ, ସମଗ୍ର ସମାଜ ଓ ଦେଶ ପ୍ରଗତିର ପଥରେ ଆଗେଇ ଯାଏ। କନ୍ୟାଙ୍କୁ ସମାନ ସୁଯୋଗ ଓ ସମ୍ମାନ ଦେବା ହେଉଛି ଏକ ସୁସ୍ଥ ଓ ସମୃଦ୍ଧ ଭାରତ ଗଢ଼ିବାର ଆଧାର।

ଆଜିର ଝିଅମାନେ ଆଉ କେବଳ ଚାରି କାନ୍ଥ ମଧ୍ୟରେ ସୀମିତ ନାହାଁନ୍ତି । ମହାକାଶ ବିଜ୍ଞାନଠାରୁ ଆରମ୍ଭ କରି ସୀମା ସୁରକ୍ଷା ପର୍ଯ୍ୟନ୍ତ ସବୁଠି ସେମାନେ ନିଜର ପରାକ୍ରମ ପ୍ରଦର୍ଶିତ କରୁଛନ୍ତି । ଜଣେ ଝିଅକୁ ପୁଅ ସହ ସମାନ ଭାବେ ବଢ଼ିବାର ସୁଯୋଗ ଦେବା, ତାକୁ ନିଜର ସ୍ୱପ୍ନ ପୂରଣ କରିବାକୁ ସାହସ ଦେବା ହେଉଛି ପ୍ରକୃତ ସମ୍ମାନ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score