ଗଞ୍ଜାମ : ଜାତୀୟସ୍ତରରେ ଚମକିଲା ଗଞ୍ଜାମ । ୩ ପଞ୍ଚାୟତକୁ ମିଳିବ ଜାତୀୟ ପୁରସ୍କାର । ରାଜ୍ୟର ମୋଟ ୫ଟି ପଞ୍ଚାୟତକୁ ଜାତୀୟ ସମ୍ମାନ ପାଇଁ ଚୟନ କରାଯାଇଛି । ସେଥିରୁ ୩ଟି ପଞ୍ଚାୟତ ଗଞ୍ଜାମ ଜିଲ୍ଲାର ହେବା ଏକ ଗର୍ବର ବିଷୟ। ”ସତତ ବିକାଶ” କ୍ଷେତ୍ରରେ ଗଞ୍ଜାମ ଆଜି ଦେଶରେ ଏକ ମାନଦଣ୍ଡ ସୃଷ୍ଟି କରିଛି। ‘ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ”ସତତ ବିକାଶ’’ ପୁରସ୍କାର ପାଇଁ ଗଞ୍ଜାମ ଜିଲ୍ଲା ଚୟନ ହୋଇ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏ ସମ୍ପର୍କରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ପତ୍ର ମାଧ୍ୟମରେ ସୂଚନା ଦେଇଛନ୍ତି ।
ପୋଲସରା ବ୍ଲକର ମନ୍ଦାର ପଞ୍ଚାୟତ ‘ସାମାଜିକ ସୁରକ୍ଷା ଓ ନ୍ୟାୟ’ କ୍ଷେତ୍ରରେ ଅସାଧାରଣ କାର୍ଯ୍ୟଦକ୍ଷତା ଦେଖାଇ ଏହି ସମ୍ମାନ ଅର୍ଜନ କରିଛି । ଗତ ୪ ବର୍ଷ ଧରି କୌଣସି ପ୍ରକାର ଭେଦଭାବ ବିନା ସରକାରୀ ସୁବିଧାକୁ ସମସ୍ତଙ୍କ ପହଞ୍ଚରେ ଆଣିବା ସହ ନ୍ୟାୟ ସୁନିଶ୍ଚିତ କରିବାରେ ଏହି ପଞ୍ଚାୟତ ଏକ ଆଦର୍ଶ ରୂପେ ପ୍ରତିଷ୍ଠିତ ହୋଇଛି ।
ଅନ୍ୟଦିଗରେ ଛତ୍ରପୁର ବ୍ଲକର ପୋଟଲାମ୍ପୁର ପଞ୍ଚାୟତ ‘ସୁସ୍ଥ ପଞ୍ଚାୟତ’ ଭାବେ ପରିଚିତି ଲାଭ କରିଛି। ସ୍ୱଚ୍ଛ ପରିବେଶ ଓ ସୁଦୃଢ଼ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଗଠନରେ ଏହି ପଞ୍ଚାୟତ ଜାତୀୟ ମଞ୍ଚରେ ନିଜ ଅସ୍ତିତ୍ୱ ସ୍ଥାପିତ କରିପାରିଛି । କେବଳ ପଞ୍ଚାୟତମାନେ ନୁହେଁ, ଗଞ୍ଜାମ ଜିଲ୍ଲାକୁ ମଧ୍ୟ ‘ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ’ ଭାବେ ସମ୍ମାନିତ କରାଯିବାକୁ ଯାଉଛି । ଯାହା ଜିଲ୍ଲା ପାଇଁ ଗର୍ବର ବିଷୟ । ସେହିପରି ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାରରେ ଗଞ୍ଜାମ ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ଭାବେ ପୁରସ୍କୃତ କରାଯିବ।
ଅନ୍ୟପକ୍ଷରେ ଏହି ସଫଳତା ପାଇଁ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତିଭାସନ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣେଇବା ସହ ଏହାକୁ ଜିଲ୍ଲାପାଇଁ ଏକ ଗର୍ବର ବିଷୟ ବୋଲି କହିଛନ୍ତି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
