Explore

Search

December 29, 2025 7:47 pm

ଜାଡ଼ରେ ଥରୁଛି କୋରାପୁଟ

କୋରାପୁଟ : ଅଥୟ କରୁଛି ଶୀତ । ଅସ୍ତବ୍ୟସ୍ତ କରୁଛି ଜାଡ଼ । ଶୀତ ଲହରୀରେ ଥରୁଛି ସମଗ୍ର ଓଡ଼ିଶା । ପଶ୍ଚିମରୁ ଆଭ୍ୟନ୍ତରୀଣ ଓଡ଼ିଶା ସବୁଠାରେ ଦେଖିବାକୁ ମିଳୁଛି ଶୀତର ଦୌରାତ୍ମ୍ୟ । ରାଜ୍ୟରେ ଅନେକ ସ୍ଥାନରେ ଘନ କୁହୁଡ଼ି ପରିଲକ୍ଷିତ ହେଉଛି । ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକ ଅପେକ୍ଷା ଦକ୍ଷିଣ, ଉତ୍ତର, ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡିକରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଏହି କ୍ରମରେ କୋରାପୁଟରେ ପାରଦ ୪.୮ ଡିଗ୍ରୀ ଛୁଇଁଛି । ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ଶୀତ ସହିତ ଘନ କୁହୁଡି ପଡୁଥିବା ବଳେ ୪ ଦିନ ପରେ ଶୀତ ପ୍ରକୋପ କମିବ ବୋଲି ସମ୍ଭାବନା ରହିଥିବା ପାଣିପାଗ ବିଭାଗ ଆକଳନ କରିଛି । ଅର୍ଥାତ ଆସନ୍ତା ୪ ଦିନ ପରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨-୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲାରେ ଘନ କୁହୁଡି ଯୋଗୁଁ ଯାନବାହାନ ଚଳାଚଳରେ ବାଧା ଉପୁଜିଛି । ଅଧିକ କୁହୁଡି ଯୋଗୁଁ ଯାତାୟତରେ ସମସ୍ୟା ହେଉଛି । ତେବେ ସକାଳ ୯ଟା ଯାଏଁ ଏହି ଘନ କୁହୁଡି ରହୁଛି । ନୟାଗଡ, ଭୁବନେଶ୍ୱର, ପାରାଦ୍ବୀପ, ଖୋର୍ଦ୍ଧା, ଢେଙ୍କାନାଳ, ଫୁଲବାଣୀ, କୋରାପୁଟ, ରାଉରକେଲା, ଭବାନୀପାଟଣା, ଚାନ୍ଦବାଲି, ବାରିପଦା ଓ କେନ୍ଦୁଝର ଭଳି ୧୨ଟି ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହୋଇଛି । ସେହିପରି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ଝାରସୁଗୁଡାରେ ୭.୦ ଡିଗ୍ରୀ ରେକର୍ଡ ହୋଇଛି । ଏହାସହିତ ପାହାଡିଆ ଅଞ୍ଚଳର ସେମିଳିଗୁଡା ଠାରେ ୬.୧ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score