Explore

Search

January 14, 2026 11:19 am

ଚିନ୍ତାରେ ସିଙ୍ଗାପୁର ଓ ହଂକଂ, ବଢ଼ୁଛି କୋଭିଡ ସଂକ୍ରମଣ

ବର୍ତ୍ତମାନ ଚିନ୍ତାରେ ସାରା ହଂକଂ ଓ ସିଙ୍ଗାପୁର l କାହିଁକି ଓ କିପରି ହଠାତ୍ ବଢ଼ିଲା କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ତାହା ଜଣାପଡିନାହିଁ । ସୂଚନା ଅନୁଯାୟୀ ହଂକଂସ୍ଥିତ ହେଲଥ ପ୍ରୋଟେକସନ୍ ସେଣ୍ଟରର କମୁନିକେବଲ୍ ଡିଜିଜ୍ ବ୍ରାଞ୍ଚର ମୁଖ୍ୟ ଆଲବର୍ଟ ଆଉ କହିଛନ୍ତି ଯେ, କୋଭିଡ -୧୯ କେସ୍ ସଂଖ୍ୟା ଏବେ ସହରରେ ବହୁତ ବଢ଼ିଯାଇଛି ।ସିଙ୍ଗାପୁର ଏବଂ ହଂକଂରେ ବଢ଼ୁଛି କୋଭିଡ ସଂକ୍ରମଣ । ଯାହାକୁ ନେଇ ସାରା ଦେଶରେ ପୁଣି ଥରେ ଚିନ୍ତା ବଢିଛି । ଅନ୍ୟପକ୍ଷରେ ସ୍ଥିତି ଉପରେ ଭାରତ ସରକାର ନଜର ରଖିଥିବା କହିଛନ୍ତି। ସେହିପରି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଦେଶରେ କୋଭିଡ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରିତ ହୋଇ ରହିଛି। ଦେଶରେ କୋଭିଡ ସ୍ଥିତି ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।ଡାଇରେକ୍ଟର ଜେନେରାଲ ଅଫ୍ ହେଲଥ ସର୍ଭିସ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ, ଏମରଜେନ୍ସି ମେଡିକାଲ ରିଲିଫ୍ ଡିଭିଜନ୍, ଡିଜାଷ୍ଟର ମ୍ୟାନେଜମେଣ୍ଟ ସେଲ୍, ଇଣ୍ଡିଆନ୍ କାଉନସିଲ୍ ଅଫ୍ ରିସର୍ଚ୍ଚର ଟିମ୍ ଉପସ୍ଥିତ ରହିଥିଲେ ।ଗତ ବର୍ଷ ତୁଳନାରେ ଏହି ସଂଖ୍ୟା ଢେର୍ ଅଧିକ । ଗୁରୁତର ରୋଗୀ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢିଥିବାର କହିଛନ୍ତି ହଂକଂର ଜଣେ ଅଧିକାରୀ । ଏହି ଭୂତାଣୁ ଏବେ ବ୍ୟାପୁଥିବାର ଲକ୍ଷ୍ୟ କରାଯାଉଛି । ଡାକ୍ତରଖାନାକୁ ଏହି ରୋଗର ଲକ୍ଷଣ ଥିବା ଅଧିକରୁ ଅଧିକ ରୋଗୀ ଆସୁଛନ୍ତି । ଏହି ରୋଗ ୫ ବର୍ଷ ତଳେ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିଲା ।କେବଳ ହଂକଂ ନୁହେଁ ଏସିଆର ଅନ୍ୟତମ ସହର ସିଙ୍ଗାପୁରରେ କୋଭିଡ -୧୯ ବଢ଼ୁଥିବା ରିପୋର୍ଟ ଆସୁଛି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score