Explore

Search

January 14, 2026 8:08 am

ଚାର୍ଟ ଜିପିଟିକୁ ନେଇ ଆସିଲା ନୂଆ ଫିଚର : ଜାଣନ୍ତୁ କେମିତି କରିବେ ଚାର୍ଟ

ହାଇଦ୍ରାବାଦ : ଯୁଗ ବଦଳିବା ସହ ସମୟ ବି ବଦଳୁଛି । ଆଉ ଏହାକୁ ତାଳ ଦେଇ ସବୁଠି ଆଗରେ ଏବେ ଅଛି ଚାର୍ଟ ଜିପିଟି । ଯାହା ମାଧ୍ୟମରେ ମଣିଷ ସବୁ କିଛିର ସମାଧାନ କରିପାରୁଛି ଅତି ସହଜରେ । ଲେଖା ହେଉକି କୌଣସି କାମ ମାତ୍ର ଗୋଟିଏ ମିନିଟରେ ସବୁ କିଛି ସମ୍ଭବ ହୋଇପାରୁଛି । ତେବେ ଏହି ଚାର୍ଟ ଜିପିଟିକୁ ନେଇ ଆସିଛି ନୂଆ ଫିଚର । ଏଥର ବଦଳିଛି ଚାର୍ଟ ଜିପିଟିରେ ଚାର୍ଟ କରିବାର ତରିକା । ଓପନ ଏଆଇ ଏହାର କୃତ୍ରିମ ବୁଦ୍ଧିମତ୍ତା ଚାଟବଟ୍ ଚାର୍ଟ ଜିପିଟି ପାଇଁ ଏକ ନୂତନ ଗ୍ରୁପ୍ ଚାଟ୍ ଫିଚର ଲଞ୍ଚ କରିଛି । ଏହା ବ୍ୟବହାରକାରୀଙ୍କୁ ଚାଟଜିପିଟିରେ ପ୍ଲାଟଫର୍ମରେ ଏକ ଗ୍ରୁପ୍ ଚାଟ୍ ସୃଷ୍ଟି କରିବାକୁ ଏବଂ ଅନ୍ୟମାନଙ୍କୁ ଏକ ପ୍ରୋଜେକ୍ଟରେ ସହଯୋଗ କରିବାକୁ ଅନୁମତି ଦିଏ । ଏହାକୁ ନେଇ କମ୍ପାନୀ ଦାବି କରିଛି ଯେ ଏହି ନୂତନ ଫିଚରଟି ଏଆଇ ଚାଟବଟ୍‌ର ମୋବାଇଲ୍ ଏବଂ ୱେବ୍ ସଂସ୍କରଣରେ ଫ୍ରି ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ।

ପ୍ରାରମ୍ଭିକ ରୋଲଆଉଟ୍ ଜାପାନ, ନ୍ୟୁଜିଲାଣ୍ଡ, ଦକ୍ଷିଣ କୋରିଆ ଏବଂ ତାଇୱାନ ସମେତ କିଛି ନିର୍ଦ୍ଦିଷ୍ଟ ସ୍ଥାନ ପାଇଁ ସୀମିତ ରହିବ । ଏହାକୁ ନେଇ ଓପନ ଏଆଇ କହିଛି ଯେ ଏହି ଫିଚରକୁ ପରେ ଅଧିକ ଅଞ୍ଚଳ ଏବଂ ଚାର୍ଟ ଜିପିଟି ବ୍ୟବସାୟ ଓ ଏଣ୍ଟରପ୍ରାଇଜ୍ ଯୋଜନାରେ ବିସ୍ତାର କରାଯିବ ।

ଓପନ ଏଆଇ ଦ୍ବାରା ସେୟାର କରାଯାଇଥିବା ଏକ ବ୍ଲଗ୍ ପୋଷ୍ଟ ଅନୁଯାୟୀ, ଗ୍ରୁପ୍ ଚାଟ୍ ୟୁଜରଙ୍କୁ ସେମାନଙ୍କର ବନ୍ଧୁ, ପରିବାର କିମ୍ବା ସହକର୍ମୀଙ୍କୁ ପ୍ଲାଟଫର୍ମକୁ ଆଣିବାକୁ ସକ୍ଷମ କରିଥାଏ । ଯାହାଦ୍ବାରା ସେମାନେ ଏକାଠି କୌଣସି ପ୍ରକଳ୍ପ ଉପରେ ଯୋଜନା କରିପାରିବେ ନିଷ୍ପତ୍ତି ନେଇପାରିବେ । ଏହାସହ ଏକତ୍ରିତ ଚିନ୍ତାଧାରା ମାଧ୍ୟମରେ କାମ କରିପାରିବେ। ଉଦାହରଣ ସ୍ବରୂପ, ଯଦି ଜଣେ ୟୁଜର ନିଜର ବନ୍ଧୁ କିମ୍ବା ପରିବାର ସହିତ ଏକ ଯାତ୍ରା ଯୋଜନା କରିବାକୁ ଚାହାଁନ୍ତି, ତେବେ ସେମାନେ ଗନ୍ତବ୍ୟସ୍ଥଳ ଖୋଜିବା, ଏକ ଯାତ୍ରା କାର୍ଯ୍ୟକ୍ରମ ତିଆରି କରିବା ଏବଂ ସମସ୍ତଙ୍କ ସହିତ ଏକ ପ୍ୟାକିଂ ତାଲିକା ତିଆରି କରିବା ପାଇଁ ଏକ ଗ୍ରୁପ୍ ଚାଟ୍ କରିପାରିବେ । ଏହି ଫିଚର କାର୍ଯ୍ୟସ୍ଥଳ ଏବଂ ସ୍କୁଲରେ ସହଯୋଗ ପାଇଁ ମଧ୍ୟ ଉପଯୋଗୀ । କାରଣ କର୍ମଚାରୀ ଏବଂ ଛାତ୍ରମାନେ ଏକ ରୂପରେଖା ପ୍ରସ୍ତୁତ କରିବା କିମ୍ବା ଏକ ନୂତନ ବିଷୟ ଅନୁସନ୍ଧାନ କରିବା ପାଇଁ ଚାର୍ଟ ଜିପିଟି ଗ୍ରୁପ ଚାଟ୍ ବ୍ୟବହାର କରିପାରିବେ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score