Explore

Search

January 14, 2026 2:04 am

ଚଳିତ ସପ୍ତାହରେ ମିଳିବ ସୁଭଦ୍ରା କିସ୍ତି, ଖାତାକୁ ଯିବ ୨୫୦ କୋଟି ଟଙ୍କା

ଭୁବନେଶ୍ୱର : ଚଳିତ ସପ୍ତାହରେ ମିଳିବ ସୁଭଦ୍ରା କିସ୍ତି। ଏହି ଦିନ ମିଳିବ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା । ୪ ଲକ୍ଷ ୫୭ ହଜାର ୬୮୧ ହିତାଧିକାରୀ ପାଇବେ ଏହି ସୁଭଦ୍ରା ଟଙ୍କା । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ତେବେ ପୂର୍ବରୁ ବାଦ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣ ଏଥିରେ ହେବେ ସାମିଲ।

ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବଞ୍ଚିତ ଥିବା ଏହି ୨ ଲକ୍ଷ ୫୫ ହଜାର ୨୬୫ ଜଣ ହିତାଧିକାରୀ ଏକା ସମୟରେ ଦୁଇଟି କିସ୍ତିର ଟଙ୍କା ପାଇବେ। ସେହିପରି ଅଭିଯୋଗ ଶୁଣାଣି ପ୍ରକ୍ରିୟାରେ ୨୪ ହଜାର ୧୮ ଜଣ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ କରାଯାଇଛି ଅନ୍ତର୍ଭୁକ୍ତ। ମୋଟ ସମୁଦାୟ ୨୫୦ କୋଟି ଟଙ୍କାର ସହାୟତା ରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ।

ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୨୪ ନଭେମ୍ବର ମାସରୁ ସୁଭଦ୍ରା ଯୋଜନାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଦୀର୍ଘ ସମୟ ଧରି ବନ୍ଦ ଥିବା ସୁଭଦ୍ରା ପୋର୍ଟାଲ ପୁନର୍ବାର ଖୋଲାଯାଇଥିଲା । ୨୦୨୫ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୨୧ ବର୍ଷ ବୟସ ପୂରଣ କରିଥିବା ମହିଳାମାନେ ଏହି ଯୋଜନାରେ ଆବେଦନ କରିପାରିବେ ବୋଲି ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।

ତେବେ ୬୦ ବର୍ଷ ବୟସ ପୂରଣ କରିଥିବା ହିତାଧିକାରୀମାନେ ବାର୍ଦ୍ଧକ୍ୟ ପେନସନ ପାଇବାକୁ ଯୋଗ୍ୟ ହେବେ। ସୁଭଦ୍ରା ଯୋଜନା ସମ୍ପର୍କିତ ପ୍ରଥମ ରାଜ୍ୟସ୍ତରୀୟ ପରିଚାଳନା ଓ ତଦାରଖ କମିଟି ବୈଠକ ପରେ ମହିଳା ଓ ଶିଶୁ ବିକାଶ ବିଭାଗ ଏହି ସୂଚନା ପ୍ରଦାନ କରିଛି ।

ସୂଚନା ଅନୁସାରେ, ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ମଧୁ ବାବୁ ପେନସନ ଯୋଜନା ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତ ପେନସନ ପାଇଁ ଆବେଦନ କରିପାରିବେ । ଏନେଇ ସୁଭଦ୍ରା ହିତାଧିକାରୀଙ୍କୁ ଏହି ଯୋଜନା ଗୁଡ଼ିକରେ ସାମିଲ କରିବାକୁ ସରକାର ପକ୍ଷରୁ ସମ୍ବନ୍ଧିତ ବିଭାଗକୁ ଚିଠି ପଠାଯାଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score