Explore

Search

January 13, 2026 10:57 pm

ଘିଅ ଦ୍ଵାରା କରନ୍ତୁ ମୁଖ ଉଜ୍ଜ୍ଵଳ ଆପଣାନ୍ତୁ ଘରୋଇ ଉପଚାର

ଖାଦ୍ୟକୁ ଟିକେ ସୁଆଦିଆ କରିବା ହେଉ କି ପୂଜା ପାର୍ବଣ ସବୁଠାରେ ଘିଅର ନିତ୍ୟାନ୍ତ ଆବଶ୍ୟକ l ତେବେ ଏହା ଆମ ଶରୀର ପାଇଁ ମଧ୍ଯ ବେଶ ଉପଯୋଗୀ l ଏହା ସ୍ବାସ୍ଥ୍ୟ ପାଇଁ ଯେପରି ଉପକାରୀ, ସୌନ୍ଦର୍ଯ୍ୟ ତଥା ତ୍ବଚା ପାଇଁ ମଧ୍ୟ ସେପରି ଲାଭଦାୟକ।

ବିଶେଷଜ୍ଞଙ୍କ କହିବା ଅନୁସାରେ, ଘିଅକୁ ସିଧାସଳଖ ମୁହଁରେ ଲଗାଇ ହାଲ୍‌କା ମାଲିସ କରିପାରିବେ। ଏହା ଖୁବ୍‌ ଭଲ ପ୍ରଭାବ ପକାଇଥାଏ ।

ଘିଅରେ ଫେସ୍‌ପ୍ୟାକ୍‌ କରି ବ୍ୟବହାର କରିବା ସହଜ ଓ ଉପକାରୀ। ଏଥିପାଇଁ ଏକ ପାତ୍ରରେ କିଛି ସର ନେଇ ତା’ ଉପରେ ୨ଛୋଟ ଚାମଚ ଘିଅ ଏବଂ ଅଧା ଚାମଚ ମହୁ ମିଶାଇ ଦେବେ। ଏହାକୁ ଭଲଭାବେ ଗୋଳାଇସାରିବା ପରେ ଚିମୁଟାଏ ହଳଦୀ ପକାଇ ଆଉଥରେ ଗୋଳାଇଦେବେ। ଏହି ମିଶ୍ରଣକୁ ମୁହଁରେ ଲଗାଇ ଅଧଘଣ୍ଟା ରଖିବା ପରେ ଧୋଇ ଦିଅନ୍ତୁ। ଲଗାଇବା ପୂର୍ବରୁ ମଧ୍ୟ ମୁହଁ ଧୋଇ ସଫା କରିଦେବା ଭଲ। ସପ୍ତାହକୁ ଦୁଇଥର ଏହି ଫେସ୍‌ପ୍ୟାକ୍‌ ବ୍ୟବହାର କରିପାରିବେ। ଯାହା ଆପଣଙ୍କୁ ମୁଖକୁ ଆହୁରି ସୁନ୍ଦର ଓ ମସୃଣ ମଧ୍ଯ କରିବ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score