ନୂଆଦିଲ୍ଲୀ : ଏଣିକି ଘରର ତାଲା ଖୋଲିବା ପାଇଁ ଆଉ ଆବଶ୍ୟକ ପଡ଼ିବନି ଚାବି । ଆଗାମୀ ଦିନରେ ଘର ଦ୍ୱାର ଖୋଲିବା ପାଇଁ ପାରମ୍ପରିକ ଚାବିର ଆବଶ୍ୟକତା ହ୍ରାସ ପାଇପାରେ। ଟେକ୍ନୋଲୋଜି କ୍ଷେତ୍ରର ଅଗ୍ରଣୀ କମ୍ପାନୀ ସାମସଙ୍ଗ କମ୍ପାନୀ ଏନେଇ ଶୀଘ୍ର ଏକ ନୂତନ ‘ଡିଜିଟାଲ୍ ହୋମ୍ କି’ ଫିଚର ଆଣିବାକୁ ପ୍ରସ୍ତୁତ କରୁଛି । ଏହି ସୁବିଧା ମାଧ୍ୟମରେ ସ୍ମାର୍ଟଫୋନକୁ ଚାବି ଭଳି ବ୍ୟବହାର କରି ଘରର ସ୍ମାର୍ଟ ଲକ ଖୋଲିପାରିବେ। ଏହି ପଦକ୍ଷେପ ସ୍ମାର୍ଟ ହୋମ ଟେକ୍ନୋଲୋଜିକୁ ଆହୁରି ଆଧୁନିକ କରିବାରେ ସାହାଯ୍ୟ କରିବ।
କମ୍ପାନୀ ନିଜର ଡିଜିଟାଲ ୱାଲେଟ ସେବା Samsung Wallet ମଧ୍ୟରେ ଏହି ‘ଡିଜିଟାଲ ହୋମ କି’ ଫିଚରକୁ ଯୋଡ଼ିଛି । ଏହା ସ୍ମାର୍ଟ ହୋମ ମାନଦଣ୍ଡ ଉପରେ ଆଧାରିତ ଏକ ନୂତନ ପ୍ରଣାଳୀ, ଯାହାଦ୍ୱାରା ଘରର ଦ୍ୱାର ଖୋଲିବା ପାଇଁ ଫିଜିକାଲ ଚାବି ବ୍ୟବହାରର ଆବଶ୍ୟକତା ରହିବ ନାହିଁ ।
ଡିଜିଟାଲ ହୋମ ଚାବି କ’ଣ?
- ‘ଡିଜିଟାଲ୍ ହୋମ୍ କି’ ଏମିତି ଏକ ସୁବିଧା, ଯେଉଁଥିରେ ଆପଣଙ୍କ ସ୍ମାର୍ଟଫୋନ ଘର ଚାବିର କାମ କରିବ। ଏଥିରେ ଦୁଇ ପ୍ରକାର ଆଧୁନିକ ଟେକ୍ନୋଲୋଜି ବ୍ୟବହୃତ ହୋଇଛି ।
- NFC (Near Field Communication) : ଫୋନକୁ ସ୍ମାର୍ଟ ଲକ ନିକଟରେ ଟ୍ୟାପ କଲେ ଦ୍ୱାର ଖୋଲିଯିବ।
- UWB (Ultra-Wideband): ଏହି ବିକଳ୍ପ ଥିଲେ ଆପଣ ଦ୍ୱାର ପାଖକୁ ପହଞ୍ଚିଲେ ମାତ୍ରେ ଲକ ସ୍ୱୟଂଚାଳିତ ଭାବେ ଅନଲକ ହୋଇଯିବ।
କେମିତି ବ୍ୟବହାର କରିବେ?
- ଏହି ଫିଚର ବ୍ୟବହାର କରିବା ପାଇଁ କିଛି ସରଳ ପଦକ୍ଷେପ ଅନୁସରଣ କରିବାକୁ ପଡ଼ିବ
- ପ୍ରଥମେ SmartThings ଆପ ମାଧ୍ୟମରେ କମ୍ପାଟିବଲ ସ୍ମାର୍ଟ ଲକ ସେଟ କରିବାକୁ ହେବ।
- ପରେ ସେହି ଲକକୁ Samsung Wallet ସହ ସଂଯୋଗ କରିବାକୁ ପଡ଼ିବ।
- ସେଟଅପ ପୂରା ହେଲେ NFC କିମ୍ବା UWB ମଧ୍ୟରୁ ଆପଣଙ୍କ ପସନ୍ଦ ଅନୁଯାୟୀ ବିକଳ୍ପ ବାଛିପାରିବେ।
ସୁରକ୍ଷା କେତେ ମଜବୁତ ?
ଡିଜିଟାଲ ଚାବି ଥିବାରୁ ସୁରକ୍ଷାକୁ ନେଇ ଚିନ୍ତା ସ୍ୱାଭାବିକ। କିନ୍ତୁ Samsung ଏହାକୁ ନିଜର ସୁରକ୍ଷିତ ପ୍ଲାଟଫର୍ମ Samsung Knox ଦ୍ୱାରା ସୁରକ୍ଷିତ କରିଛି । ଯଦି ଫୋନ ହରାଇଯାଏ, ତଥାପି ବାୟୋମେଟ୍ରିକ ଅଥବା ପିନ ଛଡ଼ା କେହି ଲକ ଖୋଲିପାରିବେ ନାହିଁ।
କେଉଁ ଫୋନରେ ମିଳିବ ?
ଏହି ନୂତନ ଫିଚର ପ୍ରଥମେ କିଛି ଚୟନିତ Samsung ଫ୍ଲାଗସିପ ଫୋନରେ ଉପଲବ୍ଧ ହେବ।
ଯଥା :
- Samsung Galaxy Z Fold4 ଓ ପରବର୍ତ୍ତୀ ମଡେଲ ଉପଲବ୍ଧ ହେବ।
- Samsung Galaxy S22 Ultra ସହ ନୂଆ Galaxy S ସିରିଜ ଫୋନ ଗୁଡ଼ିକ ଉପଲବ୍ଧ ହେବ।
- କମ୍ପାନୀ ସୂଚନା ଅନୁଯାୟୀ, ମାର୍ଚ୍ଚ ମାସରୁ NFC ସପୋର୍ଟ ଆରମ୍ଭ ହେବ ଏବଂ ଏପ୍ରିଲ୍ ମାସରୁ UWB ସପୋର୍ଟ ଧୀରେ ଧୀରେ ଉପଲବ୍ଧ ହେବ।
- ଏହି ନୂତନ ବ୍ୟବସ୍ଥା ଆଗାମୀ ସମୟରେ ସ୍ମାର୍ଟ ହୋମ ପ୍ରଣାଳୀକୁ ଆହୁରି ସୁବିଧାଜନକ ଓ ସୁରକ୍ଷିତ କରିପାରିବ ବୋଲି ଟେକ ମହଲରେ ଆଶାବ୍ୟକ୍ତ କରାଯାଉଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
