Explore

Search

March 24, 2026 12:00 am

ଗଞ୍ଜାମରେ ବିକାଶର ନୂଆ ଦିଗ : ବାହୁଦାରେ ସାଟେଲାଇଟ ପୋର୍ଟ ପାଇଁ ପ୍ରସ୍ତୁତି

ଗଞ୍ଜାମରେ ବିକାଶର ନୂଆ ଦିଗ । ଗଞ୍ଜାମ ଜିଲ୍ଲାରେ ପ୍ରସ୍ତାବିତ ବାହୁଦା ସାଟେଲାଇଟ ପୋର୍ଟ ପ୍ରକଳ୍ପକୁ ନେଇ ଗତି ବଢ଼ିଛି । ଏନେଇ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ପକ୍ଷରୁ ପ୍ରକଳ୍ପ ସ୍ଥଳର ସମୀକ୍ଷା ସହ ପରିଦର୍ଶନ କରାଯାଇଛି । ଚିକିଟି ଅଞ୍ଚଳ ନିକଟରେ ଥିବା ବାହୁଦାରେ ଏକ ଆଧୁନିକ ଗ୍ରୀନଫିଲ୍ଡ ଗଭୀର ସାମୁଦ୍ରିକ ବନ୍ଦର ହେବାକୁ ଯାଉଛି ।

ଏହି ମହାତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ପାଇଁ ପ୍ରାୟ ୨୧ ହଜାର ୫ଶହ କୋଟି ଟଙ୍କା ବ୍ୟୟ ହେବାକୁ ଅନୁମାନ ରହିଛି । ରାଜ୍ୟ ସରକାର ଓ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ସଂଯୁକ୍ତ ପ୍ରୟାସରେ ଏହି ବନ୍ଦର ନିର୍ମାଣ କାମ ଆଗକୁ ବଢ଼ିବ । ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କାମ ଶେଷ କରିବାକୁ ପ୍ରଶାସନ ଲକ୍ଷ୍ୟ ଧାରଣ କରିଛି ।

ପରିଦର୍ଶନ ସମୟରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ ହାରାନାଧ ଓ ଉପାଧ୍ୟକ୍ଷ ଟି. ବେଣୁଗୋପାଳଙ୍କ ସହ ବୋର୍ଡ ସଦସ୍ୟମାନେ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସେମାନେ ପ୍ରକଳ୍ପ ସ୍ଥଳର ପରିସ୍ଥିତି ଅନୁଧ୍ୟାନ କରି ଆଗାମୀ କାର୍ଯ୍ୟପଦ୍ଧତି ନିର୍ଦ୍ଧାରଣ କରିଛନ୍ତି।

ସୂଚନା ଅନୁଯାୟୀ, ଖୁବଶୀଘ୍ର ଟେକ୍ନିକାଲ ଟିମ ସ୍ଥଳରେ ପହଞ୍ଚି ପ୍ରାଥମିକ କାମ ଆରମ୍ଭ କରିବ। ତେବେ ବନ୍ଦର କାର୍ଯ୍ୟକାରୀ ହେଲେ ଓଡ଼ିଶାର ନୌବାଣିଜ୍ୟ କ୍ଷେତ୍ରରେ ନୂଆ ଗତି ଆସିବ। ଏହାସହିତ ଜିଲ୍ଲାରେ ଅର୍ଥନୈତିକ ଉନ୍ନତି ବଢ଼ିବା ସହ ହଜାର ହଜାର ଯୁବକ-ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆଶା ରହିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score