Explore

Search

January 14, 2026 3:56 am

ଖସୁଛି ପାରଦ ବଢୁଛି ଶୀତ

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଖସୁଥିବା ବେଳେ ବଢୁଛି ଶୀତ । ହାଡ଼ଭଙ୍ଗା ଶୀତ ଲୋକଙ୍କୁ କରୁଛି କଲବଲ । ବିଶେଷ କରି ଦକ୍ଷିଣ ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ଖସିଛି । ଏଥିସହ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ମଧ୍ୟ ଦେଖିବାକୁ ମିଳିଛି । ରାଜ୍ୟର ୫ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଯାହା ମଧ୍ୟରେ ଦାରିଙ୍ଗବାଡ଼ି ଓ ଫୁଲବାଣୀର ତାପମାତ୍ରା ସର୍ବନିମ୍ନ ୮.୫ ଡିଗ୍ରୀ ରହିଛି। ତେବେ ସବୁଠୁ ଥଣ୍ଡା ସ୍ଥାନ ଜି. ଉଦୟଗିରି ରହିଛି । ଦୁଇ ଦିନ ଧରି କୋରାପୁଟ ଜିଲ୍ଲାରେ ବଢ଼ିଛି ଶୀତ ଲହରୀ । ସକାଳୁ ସକାଳୁ ଘନ କୁହୁଡ଼ି ପଡ଼ିବା ଯୋଗୁଁ ଯାତାୟତରେ ବାଧା ସୃଷ୍ଟି ହୋଇଛି । ବିଶେଷ କରି ଜିଲ୍ଲାର ସେମିଳିଗୁଡ଼ା, ଦାମନଯୋଡ଼ି ଏବଂ ଦଶମନ୍ତପୁର ଅଞ୍ଚଳରେ ରାତିର ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଛି । ଦିନ ୧୦ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ରହୁଛି । ପାଣିପାଗ ବିଶେଷଜ୍ଞଙ୍କ ମତ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଶୀତର ପ୍ରଭାବ । ତେବେ ଡିସେମ୍ବର ୫ ପରେ ଆହୁରି ବଢିବ ଶୀତ । ପ୍ରାୟେ ସବୁ ଜିଲ୍ଲା ମାନଙ୍କରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିଛି ।

ବର୍ତ୍ତମାନ ରାଜ୍ୟରେ ସ୍ୱାଭାବିକଠାରୁ ସାମାନ୍ୟ ତାପମାତ୍ରା ହ୍ରାସ ପାଇବ । ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରଭାବିତ ହେଉଛି । ଯାହା ପ୍ରଭାବରେ ରାତିର ତାପମାତ୍ର ହ୍ରାସ ପାଇଛି। ଏହାଛଡ଼ା ବାୟୁମଣ୍ଡଳରେ ଜଳୀୟ ବାଷ୍ପ ବିଶେଷ ନଥିବାରୁ ଦିନ ବେଳେ ତାତି ଏବଂ ରାତିରେ ଥଣ୍ଡା ଅନୁଭବ ହେଉଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି। ରାଜ୍ୟର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୭ରୁ ୧୦ ଡିଗ୍ରୀ ମଧ୍ୟରେ ରହୁଛି ।

ଅନ୍ୟପକ୍ଷରେ ସକାଳୁ ଶୀତର ତାପମାତ୍ରା ଅଧିକ ଥିବାରୁ ଚାରିଆଡେ ଘନ କୁହୁଡି ଭରି ରହିଛି । ତେଣୁ ଏହି ସମୟରେ ଅର୍ଥାତ କୁହୁଡ଼ି ସମୟରେ ଗାଡ଼ି ଚଳାଇଲେ ଦୁର୍ଘଟଣା ହେବାର ସମ୍ଭାବନା ରହିଛି । ସାବଧାନତା ସହ ଗାଡ଼ି ଚଳାଇବାକୁ ପରାମର୍ଶ ଦେଇଛି ରାଜ୍ୟ ପରିବହନ ପ୍ରାଧିକରଣ । ରାତି ଓ ଭୋର ସମୟରେ କୁହୁଡ଼ି ଯୋଗୁଁ ରାସ୍ତା ଠିକ ଭାବେ ଦେଖାଯାଏ ନାହିଁ, ଯାହା ଦୁର୍ଘଟଣାର କାରଣ ହୁଏ । ସଡକ ଦୁର୍ଘଟଣାରେ ପ୍ରତିବର୍ଷ ୫ ହଜାର ଲୋକଙ୍କ ଜୀବନ ଯାଉଛି । ଗତ ୧୦ ବର୍ଷରେ ଓଡ଼ିଶାରେ ୪୭ ହଜାରରୁ ଅଧିକ ଲୋକ ସଡକ ଦୁର୍ଘଟଣାରେ ଜୀବନ ହରାଇଛନ୍ତି । ୧ ଲକ୍ଷରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ନଭେମ୍ବରରୁ ଫେବୃଆରୀ ମଧ୍ୟରେ ଅଧିକ ସଡ଼କ ଦୁର୍ଘଟଣା ଘଟୁଥିବାରୁ ଏହି ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇଛି ଏସଟିଏ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score