Explore

Search

February 11, 2026 11:51 am

ଖଣ୍ଡଗିରି ମେଳାକୁ ଭଣ୍ଡବାବା ମନା : ହେବନି ଅଶ୍ଳୀଳ ନାଚ

ଭୁବନେଶ୍ୱର : ଖଣ୍ଡଗିରି ମେଳାକୁ ଭଣ୍ଡବାବାଙ୍କୁ ମନା। ଏଭଳି ନିଷ୍ପତି ନେଇଛି ବିଶ୍ୱ ସନାତନ ବୈଦିକ ଧର୍ମ ପରିଷଦ । ଏଥର ଖଣ୍ଡଗିରି ମେଳାରେ ବସିପାରିବେନି ଭଣ୍ଡବାବା ।

ସୂଚନା ଅନୁସାରେ, ଆସନ୍ତା ୨୫ ତାରିଖ ମାଘ ସପ୍ତମୀ ଅବସରରେ ଆରମ୍ଭ ହେବ ଖଣ୍ଡଗିରିର ପ୍ରସିଦ୍ଧ ମାଘ ମେଳା। ତେବେ ଗତ କିଛି ବର୍ଷ ଧରି ଏହି ମେଳାରେ କିଛି ତଥାକଥିତ ଭଣ୍ଡ ବାବାଙ୍କ ଉପସ୍ଥିତି ମେଳାର ଗାରିମାକୁ କ୍ଷୁର୍ଣ୍ଣ କରୁଥିବାରୁ ଏଥର ସେମାନଙ୍କ ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଯାଇଛି।

କିଛି ଭଣ୍ଡ ବାବା କର୍କଟ ଭଳି ଗୁରୁତର ରୋଗ ଭଲ କରିଦେବା ଦାବିରେ ପାଣି ବୋତଲ କିମ୍ବା ବିଭୂତି ବ୍ୟବହାର କରି ଶ୍ରଦ୍ଧାଳୁମାନଙ୍କୁ ଭ୍ରମିତ କରୁଥିବା ଅଭିଯୋଗ ଆସୁଥିଲା। ଆରମ୍ଭରେ ବିଶ୍ୱାସ କରିଥିବା ଶ୍ରଦ୍ଧାଳୁମାନେ ପରେ ଅସନ୍ତୋଷ ପ୍ରକାଶ କରିଥିଲେ।

ଏଭଳି ପରିସ୍ଥିତିକୁ ରୋକିବା ପାଇଁ ଏଥର ଖଣ୍ଡଗିରି ମେଳାରେ ଭଣ୍ଡ ବାବାଙ୍କ ଉପରେ କଡ଼ା ନଜର ରଖାଯିବ। କମିଟି ପକ୍ଷରୁ ପ୍ରଶାସନ ସହ ସମନ୍ୱୟରେ କାର୍ଯ୍ୟ କରାଯିବ ଏବଂ କୌଣସି ବ୍ୟକ୍ତି ଅନୈତିକ କିମ୍ବା ଭ୍ରମକାରୀ କାର୍ଯ୍ୟରେ ଜଡିତ ଥିବା ପ୍ରମାଣ ମିଳିଲେ ତୁରନ୍ତ ଆଇନଗତ ପଦକ୍ଷେପ ନିଆଯିବ।

ଅନ୍ୟପଟେ ଏଥର ୫୦୦ ରୁ ଅଧିକ ସାଧୁ-ସନ୍ଥ, ଯୋଗୀ ଖଣ୍ଡଗିରିକୁ ଆସିବେ। ସେମାନଙ୍କ ରହଣୀ, ଭୋଜନ, ସ୍ନାନ, ଶୌଚାଳୟ ଓ ଉପାସନା ପାଇଁ ସମସ୍ତ ପ୍ରକାର ଆଗୁଆ ବନ୍ଦୋବସ୍ତ କରାଯାଇଛି। ଏଥର ମେଳାରେ ଅଶ୍ଳୀଳତାକୁ ସମ୍ପୂର୍ଣ୍ଣ ନା କରାଯାଇ ଶାନ୍ତିଶୃଙ୍ଖଳାର ସହିତ ଯାତ୍ରା ପରିବେଷଣ ହେବ।

ପୂର୍ବବର୍ଷ ଗୁଡ଼ିକରେ ଯାତ୍ରା ମଞ୍ଚ ତଳେ ୫ ହଜାର ଚୌକି ବ୍ୟବସ୍ଥା ଥିବାବେଳେ, ଏଥର ତାହା କମି ଅଢେଇ ହଜାର କରାଯାଇଛି । ଯାହାଦ୍ୱାରା ଦର୍ଶକମାନଙ୍କ ବସିବା ଓ ଯାତାୟାତରେ ସୁବିଧା ହେବ।

ବିଏମସି ବୈଠକରେ ପୂର୍ବରୁ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବନ୍ଦ ପାଇଁ ଜୋର ଦିଆଯାଇଥିବାବେଳେ, ଏଥର ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ କହିଛନ୍ତି।

ମାଘ ସପ୍ତମୀରୁ ଆରମ୍ଭ ହୋଇ ମାଘ ପୂର୍ଣ୍ଣମୀ ପର୍ଯ୍ୟନ୍ତ ୯ ଦିନ ଧରି ଖଣ୍ଡଗିରିରେ ତପ, ଜପ ଓ ଆଧ୍ୟାତ୍ମିକ ସାଧନା ଚାଲିବ। ଆଧ୍ୟାତ୍ମିକ ପରିବେଶ ସହ ଆଧୁନିକ ଆୟୋଜନର ସମନ୍ୱୟରେ ଖଣ୍ଡଗିରି ପାଦଦେଶ ଉତ୍ସବମୁଖର ହେବ ଏବଂ ମେଳାର ଆନନ୍ଦ ଉଠାଇବେ ରାଜଧାନୀବାସୀ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score