Explore

Search

February 22, 2026 3:09 pm

କୋରାପୁଟ ଜିଲ୍ଲାପାଳଙ୍କ କଡା ନିର୍ଦ୍ଦେଶ : ୨୬ରେ ଆମିଷ ଏବଂ ମାଦକ ଦ୍ରବ୍ୟ ବିକ୍ରି ବନ୍ଦ

କୋରାପୁଟ : ଗଣତନ୍ତ୍ର ଦିବସରେ ବଜାରରେ ବିକ୍ରି ହୋଇପାରିବନି ଆମିଷ କି ମଦ । ଆଉ ଏହି ନିୟମ ନମାନିଲେ ଦୃଢ଼ ଆକ୍ସନ । ଏଭଳି କଡା ନିର୍ଦ୍ଦେଶ ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟୱାନ ମହାଜନ। ଖାଲି ସେତିକି ନୁହେଁ ଏନେଇ ସମସ୍ତ ତହସିଲଦାର ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଚିଠି ଲେଖିଛନ୍ତି ।

ଆସନ୍ତା ୨୬ ଜାନୁଆରୀ ୨୦୨୬ରେ ୭୭ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ କୋରାପୁଟ ଜିଲ୍ଲାରେ ମାଂସ, କୁକୁଡ଼ା, ମାଛ, ଅଣ୍ଡା ଓ ଅନ୍ୟାନ୍ୟ ଆମିଷ ଖାଦ୍ୟ ବିକ୍ରୟ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ ଭାବେ ବିଜ୍ଞପ୍ତି ଜାରି କରାଯାଇଛି ।

ଜିଲ୍ଲାର ୧୪ଟି ବ୍ଲକରେ ଥିବା ସମସ୍ତ ଆମିଷ ଦୋକାନକୁ ଏହି ନିଷେଧାଜ୍ଞା ବିଷୟରେ ସୂଚନା ଦେବାସହ କଡା ସତର୍କତା ଜାରି କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଚିଠି ପଠାଯାଇଛି । ଗଣତନ୍ତ୍ର ଦିବସ ଦିନ ମାଛ, ମାଂସ, ଅଣ୍ଡା ସହ ସମସ୍ତ ପ୍ରକାର ଆମିଷ ଦୋକାନ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ, ୨୬ ଜାନୁଆରୀରେ ଆମିଷ ବିକ୍ରୟ ହେବା ନାହିଁ ବୋଲି ସୁନିଶ୍ଚିତ କରିବା ପାଇଁ ପ୍ରଶାସନ ପକ୍ଷରୁ କଡା ନଜର ରଖାଯିବ। ଏହିଦିନ ଦୋକାନ ବଜାର ସାଧାରଣତଃ ବନ୍ଦ ରହୁଥିବା ବେଳେ, ଆମିଷ ବିକ୍ରୟ ନହେବା ପାଇଁ ବିଶେଷ ନିରୀକ୍ଷଣ କରାଯିବ।

ଏନେଇ କୋରାପୁଟ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟୱାନ ମହାଜନ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର ଓ ନିର୍ବାହୀ ଅଧିକାରୀମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ପାଳନ କରିବାକୁ ସଫା ସଫା କହିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score