Explore

Search

January 15, 2026 3:48 am

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ପ୍ରଫେସର୍ ବୈଷ୍ଣବ ଚରଣ ସାମଲ

kendra sahitya akademi award 2024

ନୂଆଦିଲ୍ଲୀ/ଭୁବନେଶ୍ବର: ଚଳିତଥର କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଁ ପ୍ରବନ୍ଧ ବିଭାଗରେ ଓଡ଼ିଶାର ସାହିତ୍ୟିକ ପ୍ରଫେସର୍ ବୈଷ୍ଣବ ଚରଣ ସାମଲ ଚୟନ ହୋଇଛନ୍ତି l ମିଳିବ ତାଙ୍କ ପ୍ରବନ୍ଧ ‘ଭୂତି ଭକ୍ତି ବିଭୂତି’ ପୁସ୍ତକ ପାଇଁ ସେ ଏକାଡେମୀ ପୁରସ୍କାର ପାଇବେ l

ପ୍ରବନ୍ଧ ଓ ସମାଲୋଚନା କ୍ଷେତ୍ରରେ ବେଶ ଜଣାଶୁଣା ପ୍ରଫେସର୍ ବୈଷ୍ଣବ ଚରଣ ସାମଲ ଉତ୍କଳ ବିଶ୍ବବିଦ୍ୟାଳୟ ଓ ଶାନ୍ତିନିକେତନ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ପ୍ରଫେସର୍ ଭାବେ କାର୍ଯ୍ୟ କରିଥିଲେ। ଓଡ଼ିଶା ସାହିତ୍ୟର ଇତିହାସ, ଓଡ଼ିଆ କ୍ଷୁଦ୍ରଗଳ୍ପର ଇତିବୃତ୍ତ, ଓଡ଼ିଆ ଗଳ୍ପ: ଉନ୍ମେଷ ଓ ଉଚ୍ଚାରଣ, ଗଣକବି ସାହିତ୍ୟ ସମୀକ୍ଷା, ସମୀକ୍ଷାଲୋକ, ସମାଲୋଚନା: ସ୍ବର ଓ ସ୍ବାକ୍ଷର, ବୈଷ୍ଣବ ଚରଣ ସାମଲଙ୍କ ରମ୍ୟରଚନା ସମଗ୍ର ଆଦି ସମେତ ତାଙ୍କର ୧୨୦ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଛି। ‘ଜଣେ ବଣା ବାଟୋଇର କାହାଣୀ’ ହେଉଛି ତାଙ୍କର ଆତ୍ମଜୀବନୀ ପୁସ୍ତକ। ୧୯୩୯ ମସିହା ଜାନୁଆରି ୨୭ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score