ନୂଆଦିଲ୍ଲୀ: ଭୟଙ୍କର ବାୟୁ ପ୍ରଦୂଷଣ ସହ ଘନ କୁହୁଡ଼ି । ଅଣନିଶ୍ଵାସୀ ହୋଇପଡ଼ିଛି ରାଜଧାନୀ ଦିଲ୍ଲୀ। ବାୟୁ ଗୁଣବତ୍ତା ବିପଦ ସୀମା ଟପିଯାଇଛି ପୁରା ରାଜଧାନୀ ଦିଲ୍ଲୀରେ । ଯାହାଫଳରେ ରାଜଧାନୀ ଦିଲ୍ଲୀରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ପ୍ରବଳ ମାତ୍ରାରେ କୁହୁଡ଼ି ଯୋଗୁଁ ଦିଲ୍ଲୀ ବିମାନବନ୍ଦରରେ ବିମାନ ଚଳାଚଳ ବିଳମ୍ବିତ ହୋଇଛି । ଖାଲିସେତିକି ନୁହେଁ ୪୦ଟି ବିମାନ ଉଡ଼ାଣ ବାତିଲ କରାଯାଇଛି । ଏହାସହ ୪ଟି ବିମାନକୁ ଅନ୍ୟ ବିମାନବନ୍ଦରକୁ ସ୍ଥାନାନ୍ତର କରାଯାଇଛି ।
ଆଗାମୀ ଦୁଇ ଦିନ ପାଇଁ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ପୂର୍ବ ଉତ୍ତର ପ୍ରଦେଶ, ଉତ୍ତର ପୂର୍ବ ମଧ୍ୟପ୍ରଦେଶରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । ସେହିପରି ଦିଲ୍ଲୀ-ଏନସିଆରରେ ଘନ କୁହୁଡ଼ି ପାଇଁ ଦୃଶ୍ୟମାନତା ଶୂନ୍ୟ ହୋଇଯାଇଛି ।
ବିଗିଡ଼ିବାରେ ଲାଗିଛି ଦିଲ୍ଲୀର ପରିସ୍ଥିତି । ଦିନକୁ ଦିନ କଲବଲ କରୁଛି ବାୟୁ ପ୍ରଦୂଷଣ। ରାଜଧାନୀରେ ଏବେ ବାୟୁ ଗୁଣବତ୍ତା ବିପଦ ସୀମା ଟପିଥିବା ବେଳେ ଦେଖାଯାଉନି ରାସ୍ତାଘାଟ। ସେହିପରି ପ୍ରବଳ କୁହୁଡି ଯୋଗୁଁ ରାସ୍ତାଘାଟରେ ଯାନବାହାନ ଯାତାୟାତ କରିବାରେ ଅସୁବିଧା ହେଉଛି । ଧୀରେ ଧୀରେ ଚଳାଚଳ କରୁଛି ଯାନବାହାନ। ସହରର ଅନେକ ପ୍ରମୁଖ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ ଶୀର୍ଷରେ ପହଞ୍ଚିଛି । ଯାହା ଏକ ଗମ୍ଭୀର ସ୍ୱାସ୍ଥ୍ୟ ବିପଦ ସୃଷ୍ଟି କରୁଛି । ଦିଲ୍ଲୀରେ ଅନେକ ସ୍ଥାନରେ AQI ୪୭୪ ପାର କରିବା ପରେ ଏଠାରେ ବସବାସ କରୁଥିବା ଲୋକଙ୍କ ଉପରେ ଖରାପ ପ୍ରଭାବ ପକାଇବ ବୋଲି କୁହାଯାଉଛି ।
ବିମାନ କମ୍ପାନୀ ଜାରି କଲେ ଆଡଭାଇଜରୀ :
ବାୟୁ ପ୍ରଦୂଷଣ ସହ ଘନ କୁହୁଡ଼ିକୁ ଦୃଷ୍ଟିରେ ରଖି, ଇଣ୍ଡିଗୋ, ସ୍ପାଇସଜେଟ୍ ଏବଂ ଏୟାର ଇଣ୍ଡିଆ ବିମାନ ଆଡଭାଇଜରୀ ଜାରି କରିଛନ୍ତି । ତିନୋଟି ପ୍ରମୁଖ ବିମାନ କମ୍ପାନୀ ସେମାନଙ୍କ ଆଡଭାଇଜରୀ କହିଛନ୍ତି, “ପ୍ରବଳ ମାତ୍ରାରେ ଘନ କୁହୁଡ଼ି ଯୋଗୁଁ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ପାଗ ଉପରେ ନଜର ରଖିଛୁ ଏବଂ ସୁରକ୍ଷିତ ବିମାନ ଚଳାଚଳ ସୁନିଶ୍ଚିତ କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଉଛୁ । ଦିଲ୍ଲୀ ବିମାନବନ୍ଦର ବ୍ୟତୀତ, ଜୟପୁର, ହିଣ୍ଡନ ବିମାନବନ୍ଦର ଏବଂ ସିମଲା ସମେତ ଉତ୍ତର ଭାରତର ଅଧିକାଂଶ ବିମାନବନ୍ଦର କୁହୁଡ଼ି ଦ୍ୱାରା ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି।
ଗମ୍ଭୀର ହେଉଛି ପରିସ୍ଥିତି :
ପାଣିପାଗ ବିଭାଗ ଅନୁସାରେ ଆହୁରି ଆଗାମୀ ଦୁଇ ଦିନ ପାଇଁ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ପୂର୍ବ ଉତ୍ତର ପ୍ରଦେଶ, ଉତ୍ତର ପୂର୍ବ ମଧ୍ୟପ୍ରଦେଶରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । ସହରର ଅନେକ ପ୍ରମୁଖ ଅଞ୍ଚଳରେ ବାୟୁ ଗୁଣବତ୍ତା ଉଚ୍ଚରେ ପହଞ୍ଚିଛି । ଯାହା ଆଗାମୀ ଦିନରେ ଏକ ଗମ୍ଭୀର ସ୍ୱାସ୍ଥ୍ୟ ବିପଦ ସୃଷ୍ଟି କରୁଛି । ଦିଲ୍ଲୀରେ ଅନେକ ସ୍ଥାନରେ AQI ୪୮୩ ପାର କରିବା ପରେ ଏଠାରେ ବସବାସ କରୁଥିବା ଲୋକଙ୍କ ଉପରେ ଖରାପ ପ୍ରଭାବ ପକାଇବ ବୋଲି କୁହାଯାଉଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
