Explore

Search

February 11, 2026 3:55 am

କାହିଁକି ସମସ୍ତଙ୍କ ପ୍ରିୟ ଚକୋଲେଟ ?

ଆଜି ପ୍ରେମୀ ଯୁଗଳଙ୍କ ପାଇଁ ଖାସ ଦିନ । ସମ୍ପର୍କକୁ ଅଧିକ ମଜବୁତ କରିବା ଆଶାରେ ଆଜିର ଦିନରେ ପ୍ରେମୀ ଯୁଗଳ ଚକୋଲେଟ ଦେଇ ଦିନଟି ଆରମ୍ଭ କରିଥାନ୍ତି । ଯାହା ଭାଲେଣ୍ଟାଇନ୍ସ ଡେ’କୁ ଆହୁରି ମଧୁର କରିଥାଏ । ତେବେ ତେବେ ସତରେ କ’ଣ ଚକୋଲେଟ ପ୍ରକୃତରେ ସମ୍ପର୍କକୁ ବଢ଼ାଏ କି ? ସତରେ କ’ଣ ନିଜର ଭାବନା ପ୍ରକାଶ କରିବାର ଏକ ସହଜ ଉପାୟ ଚକୋଲେଟ କି ? କ’ଣ ହୁଏ ଚକୋଲେଟ ଖାଇଲେ ? ଚାଲନ୍ତୁ ଜାଣିବା ଏଇ ସବୁ ବିଷୟରେ

ପ୍ରତିବର୍ଷ ଭାଲେଣ୍ଟାଇନ୍ସ ସପ୍ତାହର ଏକ ବିଶେଷ ଦିନ ଭାବେ ଫେବୃଆରୀ ୯ ତାରିଖରେ ‘ଚକୋଲେଟ ଡେ’ ଉତ୍ସାହ ଓ ଆନନ୍ଦ ସହିତ ପାଳନ କରାଯାଏ । ପ୍ରେମର ମିଠାସକୁ ଆହୁରି ଗଭୀର କରିବା ପାଇଁ ଏହି ଦିନଟି ଏକ ଅଲଗା ପରିଚୟ ରଖେ । ଯୁବକ-ଯୁବତୀମାନେ ଏହି ଅବସରରେ ସେମାନଙ୍କ ପ୍ରିୟଜନ, ସାଙ୍ଗସାଥୀ କିମ୍ବା ପରିଚିତମାନଙ୍କୁ ଚକୋଲେଟ ଉପହାର ଦେଇ ନିଜ ଭାବନାକୁ ସହଜ ଓ ସୁନ୍ଦର ଭାବେ ପ୍ରକାଶ କରନ୍ତି ।

ବର୍ତ୍ତମାନ ସମୟରେ ଚକୋଲେଟ କେବଳ ଏକ ମିଠା ଖାଦ୍ୟ ନୁହେଁ, ବରଂ ପ୍ରେମ, ସ୍ନେହ ଓ ଆତ୍ମୀୟତାକୁ ବ୍ୟକ୍ତ କରିବାର ଏକ ପ୍ରତୀକ ଭାବେ ଦେଖାଯାଉଛି । ବଜାରରେ ମଧ୍ୟ ବିଭିନ୍ନ ପ୍ରକାରର ଚକୋଲେଟ ଉପଲବ୍ଧ ହେବାରୁ ଏହି ଦିନକୁ ନେଇ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ପ୍ରକାଶ ପାଉଛି ।

ମସ୍ତିଷ୍କ ଉପରେ ସକାରାତ୍ମକ ପ୍ରଭାବ ପକାଏ :

ଚକୋଲେଟ କେବଳ ରୁଚିକର ମିଠା ଖାଦ୍ୟ ନୁହେଁ, ଏହା ମଣିଷର ମସ୍ତିଷ୍କ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଥାଏ । ବିଶେଷଜ୍ଞମାନଙ୍କ ମତାନୁସାରେ, ଚକୋଲେଟ ଖାଇବା ସମୟରେ ଶରୀରରେ କିଛି ଉପକାରୀ ରାସାୟନିକ ଉତ୍ସର୍ଗ ହୁଏ, ଯାହା ମନୋଭାବକୁ ସୁଧାରିବାରେ ସାହାଯ୍ୟ କରେ। ଏହା ମସ୍ତିଷ୍କରେ ଏଣ୍ଡୋରଫିନ ନାମକ ହରମୋନର ମାତ୍ରା ବଢ଼ାଇ ଦିଏ । ଯାହା ଯନ୍ତ୍ରଣା ଓ ମାନସିକ ଚାପକୁ କମାଇବା ସହିତ ମନକୁ ହାଲୁକା ଓ ଆନନ୍ଦିତ କରେ ।

ଏହା ସହିତ, ଚକୋଲେଟ ସେରୋଟୋନିନ ଉତ୍ପାଦନକୁ ମଧ୍ୟ ଉତ୍ସାହିତ କରେ। ସେରୋଟୋନିନକୁ ‘ଖୁସିର ରାସାୟନିକ’ ଭାବେ ଚିହ୍ନଟ କରାଯାଏ । ଯାହା ମଣିଷର ମନୋଭାବକୁ ସନ୍ତୁଳିତ ରଖିବା ଏବଂ ସକାରାତ୍ମକ ଚିନ୍ତାଧାରାକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଏ । ଏହି କାରଣରୁ ଚକୋଲେଟ ଖାଇଲେ ମଣିଷ ନିଜକୁ ଅଧିକ ଖୁସି ଅନୁଭବ କରେ । ତେବେ ବିଶେଷଜ୍ଞମାନେ ସୁପାରିଶ କରୁଛନ୍ତି ଯେ, ସ୍ୱାସ୍ଥ୍ୟର ସମତୁଳନ ରଖିବା ପାଇଁ ଚକୋଲେଟକୁ ସୀମିତ ପରିମାଣରେ ଗ୍ରହଣ କରିବା ଉଚିତ।

ଚିନ୍ତାରୁ ଦିଏ ମୁକ୍ତି :

ଦୈନନ୍ଦିନ ଜୀବନର ଚାପ ଓ ଚିନ୍ତାରୁ କିଛି ମାତ୍ରାରେ ମୁକ୍ତି ପାଇବାରେ ଚକୋଲେଟ ବେଶ ସହାୟକ ହୋଇଥାଏ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ଚକୋଲେଟରେ ଥିବା କିଛି ପ୍ରାକୃତିକ ରାସାୟନିକ ଉପାଦାନ ମସ୍ତିଷ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇ ମନକୁ ଶାନ୍ତ କରିଥାଏ।

ଏହି କାରଣରୁ ଅନେକ ଲୋକ ଚକୋଲେଟ ଖାଇଲେ ମନ ହାଲୁକା ହେବା ସହିତ ଚିନ୍ତା କମିବା ଅନୁଭବ ହୁଏ । ତେବେ ବିଶେଷଜ୍ଞମାନେ ଏହାକୁ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଅତିରିକ୍ତ ମାତ୍ରାରେ ଚକୋଲେଟ ଗ୍ରହଣ କଲେ ସ୍ୱାସ୍ଥ୍ୟରେ କୁପ୍ରଭାବ ପଡ଼ିପାରେ, ସେଥିପାଇଁ ସୀମିତ ପରିମାଣରେ ଏହାକୁ ଉପଭୋଗ କରିବା ଉଚିତ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score