Explore

Search

February 17, 2026 4:11 am

କାଲିଠୁ ବଜେଟ ଅଧିବେଶନ, ଏପ୍ରିଲ ୮ ପର୍ଯ୍ୟନ୍ତ ଚାଲିବ ଗୃହକାର୍ଯ୍ୟ

ଭୁବନେଶ୍ୱର : ଆସନ୍ତା କାଲିଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଦୁଇଟି ପର୍ଯ୍ୟାୟରେ ଆୟୋଜିତ ହେଉଥିବା ଏହି ଅଧିବେଶନ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ମୋଟ ୨୮ଟି କାର୍ଯ୍ୟଦିବସ ଧାର୍ଯ୍ୟ ହୋଇଥିବାରୁ ଗୃହ କାର୍ଯ୍ୟବ୍ୟସ୍ତ ରହିବା ଆଶା କରାଯାଉଛି।

ଅଧିବେଶନ ଆରମ୍ଭ ରାଜ୍ୟପାଳଙ୍କ ଅଭିଭାଷଣ ସହ ହେବ। ଏହାପରେ ଗୃହରେ ବିଭିନ୍ନ ଶାସନୀୟ କାର୍ଯ୍ୟ ଆରମ୍ଭ ହେବ। ଆସନ୍ତା ୨୦ ତାରିଖରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ପ୍ରସ୍ତୁତ କରିବେ ଅର୍ଥମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ । ତେବେ ଚଳିତ ନୂଆ ଆର୍ଥିକ ବର୍ଷରେ କେଉଁ କ୍ଷେତ୍ରକୁ କେତେ ଅନୁଦାନ ମିଳିବ, ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ବିଧାନସଭାର ବଜେଟ ଅଧିବେଶନ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜେ ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି କମିଶନରେଟ ପୋଲିସ । ଏନେଇ ବିଧାନସଭା ଭିତରେ ଓ ବାହାରେ ରହିବ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା । ସୁରକ୍ଷା ବ୍ୟବସ୍ଥା ଅଧୀନରେ ଡଗ ସ୍କ୍ୱାର୍ଡ, ବମ ସ୍କ୍ୱାର୍ଡ , ସ୍ନେକ ହେଲ୍ପଲାଇନ ଟିମ ଓ ଅଗ୍ନିଶମ ବିଭାଗକୁ ନିୟୋଜିତ କରାଯାଇଛି । ଆପଦକାଳୀନ ପରିସ୍ଥିତିକୁ ମୁକାବିଲା ପାଇଁ ସମସ୍ତ ଟିମ ସତର୍କ ଅବସ୍ଥାରେ ରହିବେ । ୨୦ ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସ ବିଧାନସଭା ଚତୁଃପାର୍ଶ୍ଵରେ ରହିବେ ମୁତୟନ I

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score