Explore

Search

January 15, 2026 10:45 am

କଳାକାରଙ୍କ ନିମନ୍ତେ ସବ୍‌ସିଡି ବ୍ୟବସ୍ଥା କରାଯିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ: ରାଜ୍ୟପାଳ

odisha government

ଭୁବନେଶ୍ବର: ୩୪ତମ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ରାଜଧାନୀର ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡିଶାର ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ଯୋଗଦେଇ ସମ୍ମାନିତ ପ୍ରତିଭାଙ୍କୁ ଶୁଭେଚ୍ଛା ଜଣାଇବା ସହ ମନରେ ସାହସ ରଖି ନୂତନତ୍ୱରୁ ଆଧାର କରି ସିନେମା ନିର୍ମାଣ ପାଇଁ ଆହ୍ୱାନ ଦେଇଛନ୍ତି ଓ ଆଗାମୀ ଦିନରେ ଓଡ଼ିଆ ସିନେମା ଶିଳ୍ପର ସମୃଦ୍ଧି ପାଇଁ କଳାକାରଙ୍କ ନିମନ୍ତେ ସବ୍‌ସିଡି ବ୍ୟବସ୍ଥା କରାଯିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବା ସହ ସମସ୍ତ ସହଯୋଗ ଯୋଗାଇ ଦେବା ଲାଗି ଆଶାବ୍ୟକ୍ତ କରିଛନ୍ତି ରାଜ୍ୟପାଳ l ଏହି ଅବସରରେ ଚଳଚ୍ଚିତ୍ର ଜଗତରେ ଜୀବନବ୍ୟାପୀ ସାଧନା ନିମନ୍ତେ ୨୦୨୦ ବର୍ଷ ପାଇଁ ଲେଖକ, ନିର୍ଦ୍ଦେଶକ ତଥା ନାଟ୍ୟକାର ଅନନ୍ତ ମହାପାତ୍ର, ୨୦୨୧ ପାଇଁ ଚିତ୍ରୋତ୍ତୋଳନକାରୀ ଶ୍ରୀନିବାସ ମହାପାତ୍ର ଏବଂ ୨୦୨୨ ପାଇଁ ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କୁ ସର୍ବୋଚ୍ଚ ସମ୍ମାନ “ମୋହନ ସୁନ୍ଦର ଦେବ ଗୋସ୍ବାମୀ” ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ୫ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପ‌ତ୍ର, ଟ୍ରଫି ଓ ଉପଢୌକନ ପ୍ରଦାନ କରାଯାଇଛି I ଏତଦ୍ ବ୍ଯତୀତ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଶହୀଦ ରଘୁ ସର୍ଦ୍ଦାରକୁ ପୁରସ୍କାର ମିଳିବା ସହିତ ଅନ୍ୟ ୩୩ ଗୋଟି ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଥିଲା l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score