Explore

Search

February 15, 2026 10:53 pm

କମାଲ କଲେ ବ୍ୟାଡମିଣ୍ଟନ ତାରକା ପି.ଭି ସିନ୍ଧୁ: ବଢ଼ିଲା ଆଉ ଏକ ମେଡାଲ ଜିତିବାର ଆଶା

Paris Olympic 2024

ଚଳିତ ବର୍ଷ ପ୍ୟାରିସ ଅଲିମ୍ପିକ୍ସ ରେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢିବାରେ ଲାଗିଛି ଭାରତ | ମାନୁ ଙ୍କ ପରେ ଏବେ ଆଉ ଥରେ କମାଲ କରିଦେଖାଇଛନ୍ତି ବ୍ୟାଡମିଣ୍ଟନ ତାରକା ପି.ଭି ସିନ୍ଧୁ ସେ ମହିଳା ସିଙ୍ଗଲ୍ସ ଇଭେଣ୍ଟର ପ୍ରି-କ୍ୱାର୍ଟର ଫାଇନାଲକୁ ଇଷ୍ଟୋନିଆର କ୍ରିଷ୍ଟିନ କୁବାଙ୍କୁ ସିଧାସଳଖ ସେଟରେ ପରାସ୍ତ କରିଛନ୍ତି ।ତାଙ୍କ ଉଦଘାଟନୀ ମ୍ୟାଚରେ ସିନ୍ଧୁ 21-9, 21-6 ସ୍କୋରରେ ଫାତିମାଥ ରଜାକଙ୍କ ଉପରେ ମଧ୍ୟ ବିଜୟୀ ହୋଇଥିଲେ। ଏହି ଦୃଢ଼ ପ୍ରଦର୍ଶନ ନିଶ୍ଚିତ କରିଥିଲା ଯେ ସିନ୍ଧୁ ତାଙ୍କ ଗ୍ରୁପର ଶୀର୍ଷରେ ଅଛନ୍ତି| ତେବେ ଆଗକୁ କିପରି ରହିବ ତାଙ୍କର ପ୍ରଦର୍ଶନ ଏବଂ ମେଡାଲ ର ସ୍ବପ୍ନ କେତେଦୂର ସତ ହେବ ତା ଉପରେ ଏବେ ସାରା ଭାରତବାସୀଙ୍କ ନଜର

ସୂଚନା ଥାଉ କି ଏହାପୂର୍ବରୁ ମଧ୍ୟ ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ପ୍ୟାରିସ ଅଲିମ୍ପିକ୍ସରେ ନିଜର ଅଭିଯାନ ଆରମ୍ଭ କରିଥିଲେ ଜୁଲାଇ ୨୮ରେ ମହିଳା ସିଙ୍ଗଲ୍ସର ଗ୍ରୁପ୍-ଏମ୍ରେ ପ୍ରଥମ ମ୍ୟାଚ୍ ରେ ସିନ୍ଧୁ ମାଲଦ୍ବୀପର ଫାତିମା ମା ନବାହା ଅବ ଅବଦୁଲ୍ ରଜାକଙ୍କୁ ସହଜରେ ପରାସ୍ତ କରିଥିଲେ । ସିନ୍ଧୁ ୨୧-୯-୨୧-୬ ସୁଦ୍ଧା ବିଶ୍ବ ନମ୍ବର-୧୧ ଖେଳାଳି ବିପକ୍ଷରେ ଏହି ମ୍ୟାଚ୍ ଜିତିଥିଲେ ।

ତେବେ ଆଗକୁ କିପରି ରହିବ ତାଙ୍କର ପ୍ରଦର୍ଶନ ଏବଂ ଚଳିତ ବର୍ଷ ପ୍ୟାରିସ ଅଲିମ୍ପିକ୍ସ ମେଡାଲ ର ସ୍ବପ୍ନ କେତେଦୂର ସତ ହେବ ତା ଉପରେ ଏବେ ସାରା ଭାରତବାସୀଙ୍କ ନଜର |

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score