ଭୁବନେଶ୍ୱର : ଓଡି଼ଶାରୁ ଅଯୋଧ୍ୟାକୁ ଯିବ କୋଦଣ୍ଡ ଧନୁ ତୀର । ରାମମନ୍ଦିର ପ୍ରତିଷ୍ଠା ଦିବସରେ ଓଡି଼ଶାରୁ ଅଯୋଧ୍ୟାକୁ ଯିବ ୨୩୫ କେଜିର ସୁନାର କୋଦଣ୍ଡ ତୀର । ତେବେ ତିଆରି ହୋଇଥିବା ଏହି ଧନୁ ତୀରରେ ରହିବ କାର୍ଗିଲ ଯୁଦ୍ଧ ଠୁ ଆରମ୍ଭ କରି ଅପରେସନ ସିନ୍ଦୂରରେ ଶହୀଦ ହୋଇଥିବା ୧୭୫୦ ବୀର ଯବାନଙ୍କ ନାମ । ଆଲୁମିନିୟମ, ଜିଙ୍କ, ସିଲଭର, ଗୋଲ୍ଡ ଓ ଆଇରନ ଭଳି ପାଞ୍ଚ ଧାତୁରେ ପ୍ରସ୍ତୁତ ହେଉଛି ଏହି ଧନୁ ତୀର । ତାମିଲନାଡୁର କାଞ୍ଚିପୁରମରେ ଏହାର ଏଯାବତ ୧ କେଜି ସୁନାର ବ୍ୟବହାର କରାଯାଇ ପ୍ରସ୍ତୁତି ଚାଲିଥିବା ବେଳେ ୬ କେଜି ସୁନା ଏଥିରେ ବ୍ୟବହାର ହେବାର ଲକ୍ଷ୍ୟ ରଖାଯାଇଛି।
ସନାତନ ଜାଗରଣ ମଞ୍ଚ ପକ୍ଷରୁ ଏହି ଧନୁଷ ତିଆରି କରାଯାଇଥିବା ବେଳେ ଓଡି଼ଶା ସମେତ ଭାରତରେ ଥିବା ସନାତନୀ ଏଥିରେ ନିଜର ଯୋଗଦାନ ଦେଇପାରିବେ ଅର୍ଥାତ ସୁନାର ଦାନ କରିପାରିବେ ବୋଲି ଆହ୍ୱାନ ଦେଇଛି ମଞ୍ଚ। ଏହାସହ ଜଗନ୍ନାଥ ଧାମରୁ ଏହି ଉପହାର ଶ୍ରୀରାମଙ୍କ ପାଇଁ ଯାଉଥିବାରୁ ଧନୁ ତୀର ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଦିଆଯିବ ବୋଲି ସନାତନ ଜାଗରଣ ମଞ୍ଚ ପକ୍ଷରୁ କୁହାଯାଇଛି ।
ଅପରେସନ ସିନ୍ଦୂରର ସଫଳତା ପରେ ଏଭଳି ପରିକଳ୍ପନା ମଞ୍ଚ କରିଥିବା ବେଳେ ସୁନାରେ ପ୍ରସ୍ତୁତ କରାଯାଉଥିବା ଧନୁକୁ ଅଯୋଧ୍ୟାର ରାମମନ୍ଦିରକୁ ପଠାଇବା ପ୍ରସ୍ତୁତି ଆରମ୍ଭ ହୋଇଛି। ଏସମ୍ପର୍କରେ ସନାତନ ଜାଗରଣ ସୂଚନା ଦେଇ କହିଛନ୍ତି ଯେ ଅଯୋଧ୍ୟା ରାମ ମନ୍ଦିରର ମହାସଚିବ ଚମ୍ପତ ରାୟଙ୍କ ଅନୁମତି କ୍ରମେ ଏହି କାର୍ଯ୍ୟକ୍ରମ ସମାପନ କରାଯିବ। ଏହି ଧନୁର ଲମ୍ବ ୮ ଫୁଟ ଓ ସାଢେ ୩ ଫୁଟ ଚଉଡ଼ା ବିଶିଷ୍ଟ ହୋଇଛି ।
ସମ୍ପ୍ରତି ଏହା ତାମିଲନାଡୁର କାଞ୍ଚିପୁରମ ର ୪୦ ଜଣ ମହିଳା କାରିଗରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଛି।ଏହି ଧନୁ ତୀର ତିଆରିରେ ପ୍ରାୟ ୬ କେଜି ସୁନା ବ୍ୟବହାର କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ଏଥିରେ ୧ କେଜି ସୁନା ବ୍ୟବହୃତ ହୋଇଛି। ଆସନ୍ତା ଜାନୁଆରୀ ମାସ ୨୦ ତାରିଖରେ ପୁରୀରୁ ଏକ ଶୋଭାଯାତ୍ରା ସନାତନ ଜାଗରଣ ପକ୍ଷରୁ ଆରମ୍ଭ ହୋଇ ୨୨ ତାରିଖ ଦିନ ଅଯୋଧ୍ୟାର ରାମମନ୍ଦିର ପ୍ରତିଷ୍ଠା ଦିବସରେ ପହଞ୍ଚିବ ।
ଏହି କାର୍ଯ୍ୟ ସମାପନ ପରେ ଧନୁ ତୀରକୁ ପ୍ରତିଟି ଜିଲ୍ଲାର ପ୍ରମୁଖ ସ୍କୁଲ ଓ କଲେଜ ପରିକ୍ରମା କରି ବୀର ଯବାନଙ୍କ ସମ୍ପର୍କରେ ଅବଗତ କରାଯିବ । ସେହିପରି ଅପରେସନ ସିନ୍ଦୂରର ସଫଳତା ପାଇଁ ଶ୍ରୀଜଗନ୍ନାଥଙ୍କ ଭୂମି ତରଫରୁ ବୀର ଯବାନଙ୍କୁ ଏହା ଉତ୍ସର୍ଗୀକୃତ କରାଯିବା ସହ କାର୍ଗିଲରୁ ପହଲଗାମ ପର୍ଯ୍ୟନ୍ତ ସମସ୍ତ ଶହୀଦ ଯବାନଙ୍କ ପରିବାରକୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି ।
ପ୍ରଭୁ ରାମଙ୍କ ପାଇଁ ଓଡ଼ିଶାରୁ ଅଯୋଧ୍ୟାକୁ ଧନୁ ତୀର ଯିବ । ପୁରା ଓଡ଼ିଆ ଏଥିରେ ସାମିଲ ହେବାକୁ ସନାତନ ଜାଗରଣ ପକ୍ଷରୁ ଅନୁରୋଧ କରାଯାଇଛି । ଦୁବାଇ, ଶ୍ରୀଲଙ୍କା ତଥା ଅନ୍ୟ ଦେଶରୁ ମଧ୍ୟ ଲୋକେ ଏହି କାର୍ଯ୍ୟକ୍ରମରେ ଯୋଡି ହେବେ । ଏହି ଧନୁ ତୀରରେ ୧ କେଜି ସୁନା ଲାଗି ସାରିଛି , ଯଦି କେହି ଚାହିଁବେ ସୁନା ଦାନ କରିପାରିବେ । ଅପରେସନ ସିନ୍ଦୂର ଓ ଆଗାମୀ ଯୁବପୀଢ଼ିଙ୍କ ଉଦ୍ଦେଶ୍ୟରେ ସୁନାର ଏହି ଧନୁ ତୀରକୁ ଅଯୋଧ୍ୟାକୁ ପଠାଯିବ । ଏଯାବତ ୬୦ ପ୍ରତିଶତ କାମ ସରିଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
