Explore

Search

August 2, 2025 5:30 pm

Genres

୩ ବର୍ଷ ପାଇଁ ବୟସ ହେଲା କୋହଳ: ପ୍ରକାଶ ପାଇଲା ସାନି ବିଜ୍ଞପ୍ତି

ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ପରୀକ୍ଷା ପାଇଁ ବୟସ ସୀମା ୩ବର୍ଷ ବଢ଼ିବା ପରେ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନ ପାଇଁ ସର୍ବନିମ୍ନ ବୟସ ୨୧ ବର୍ଷ ଧାର୍ଯ୍ୟ କରାଯାଇଛି। ସାଧାରଣ ବର୍ଗଙ୍କ ପାଇଁ ସର୍ବୋଚ୍ଚ ବୟସସୀମା ୨୦୨୪ ଜାନୁଆରୀ ପହିଲା ସୁଦ୍ଧା ୨୮ ବର୍ଷ ଧାର୍ଯ୍ୟ ହୋଇଥିବାବେଳେ ଏସ୍‌ଇବିସି, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ସମସ୍ତ ବର୍ଗର ମହିଳା ପ୍ରାର୍ଥୀଙ୍କ ପାଇଁ ୩୩ ବର୍ଷ ରଖାଯାଇଛି।

ଆସନ୍ତା ୬ ତାରିଖରୁ ଆବେଦନ ଆରମ୍ଭ ହେବ। ୧୦ଦିନ ପର୍ଯ୍ୟନ୍ତ ଅର୍ଥାତ୍‌ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ଆବେଦନ କରିପାରିବେ। ଓଡ଼ିଶା ପୁଲିସ୍‌ ୱେବସାଇଟ୍‌ odishapolice.gov.in ରେ ଅନ୍‌ଲାଇନ୍‌ରେ ଆବେଦନ ହେବ ବୋଲି ଓଡ଼ିଶା ପୁଲିସ୍‌ ରିକ୍ରୁଟ୍‌ମେଣ୍ଟ ବୋର୍ଡ (ଓପିଆର୍‌ବି) ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଗତ ଜାନୁଆରୀ ୧୭ ତାରିଖରେ ଏହି ନିଯୁକ୍ତି ପାଇଁ ପ୍ରଥମ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏପରିକି ମାର୍ଚ୍ଚ ୮ ଓ ୯ରେ ପ୍ରିଲିମିନାରୀ ପରୀକ୍ଷା ହେବାକୁ ସ୍ଥିର ହୋଇଥିବାବେଳେ ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ ହେବାରୁ ପରୀକ୍ଷାର ଦୁଇଦିନ ପୂର୍ବରୁ ବାତିଲ୍‌ କରାଯାଇଥିଲା। ସେହିପରି ବୟସସୀମା କୋହଳ କରିବାକୁ ବହୁ ଆଶାୟୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ରାଜ୍ୟ ସରକାର ଏକକାଳୀନ ୩ ବର୍ଷ ପାଇଁ ବୟସ କୋହଳ କରିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score