Explore

Search

July 3, 2025 6:36 pm

Genres

ସେବା ହିଁ ସାଧନା ଲକ୍ଷ୍ୟରେ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କୁ ନିଶୁଳ୍କ ଖାଦ୍ୟ ପରସୁଛି ଅଦାନୀ ଗ୍ରୁପ

ଚାଲିଛି ବିଶ୍ଵପ୍ରସିଦ୍ଧ ଘୋଷଯାତ୍ରା l ଏହି ସମୟରେ ସମଗ୍ର ବିଶ୍ୱରୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟିଛି l ଶ୍ରଦ୍ଧାଳୁ ମାନେ ଯେପରି ଖାଦ୍ୟ ଓ ପାନୀୟ ପାଇଁ ସମସ୍ୟା ନ ଭୋଗନ୍ତି ଅଦାନୀ ଗ୍ରୁପ ପକ୍ଷରୁ ରଥଯାତ୍ରାରେ ଖାଦ୍ୟ ସେବା ଆରମ୍ଭ କରିଛନ୍ତି । ଯାହା ଜୁନ ୨୬ରୁ ଆରମ୍ଭ ହୋଇ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଚାଲିବ l ରଥଯାତ୍ରାରେ ଭକ୍ତ ଓ ଅଧିକାରୀଙ୍କ ପାଇଁ ଖାସ୍ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ପ୍ରୟାଗରାଜରେ ହୋଇଥିବା ମହାକୁମ୍ଭ ମେଳାରେ ସେବା କରିବା ପରେ ଏବେ ଅଦାନୀ ପୁରୀରେ ତା’ର ସେବା ଆରମ୍ଭ କରିଛି ।

ଏଥର ପାଖାପାଖି ୪୦ ଲକ୍ଷ ଭକ୍ତଙ୍କୁ ମାଗଣା ଖାଦ୍ୟ ଓ ଥଣ୍ଡା ପାନୀୟ ପ୍ରଦାନ କରାଯାଉଥିବା ବେଳେ ପୁରୀର ବିଭିନ୍ନ ସ୍ଥାନରେ କାଉଣ୍ଟର ଖୋଲାଯାଇଛି । ସେଠାରେ ଭକ୍ତମାନଙ୍କୁ ମାଗଣା ଓ ପୌଷ୍ଟିକ ଖାଦ୍ୟ ମିଳିବା ସହ ଗରମରୁ ରକ୍ଷା ପାଇବା ପାଇଁ ଥଣ୍ଡା ପାନୀୟ ମଧ୍ୟ ମାଗଣାରେ ପ୍ରଦାନ କରାଯାଉଛି । ’ସେବା ହିଁ ସାଧନା ଅଟେ’ ସେଥିପାଇଁ ସ୍ଥାନୀୟ ଲୋକଙ୍କ ସହ ମିଶି ଅଦାନୀ ଗ୍ରୁପ ଏହି ମହତ୍ କାର୍ଯ୍ୟ ଆରମ୍ଭ କରିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score