Explore

Search

April 19, 2025 3:35 am

Genres

ଶେଷ ହେଲା କୁଳପତି ସମ୍ମିଳନୀ, ପୂରଣ ହେବ ଅଧ୍ୟାପକ ପଦବୀ: ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି କୁଳପତି ସମ୍ମିଳନୀ l ରାଜ୍ୟରେ ବର୍ତ୍ତମାନ ଏକ ହଜାର ୩୫୩ ପ୍ରଫେସର ଏବଂ ଆସିଷ୍ଟାଣ୍ଡ ଫ୍ରଫେସର ପଦବୀ ଖାଲି ରହିଛି । ଖୁବଶୀଘ୍ର ଏହି ପଦବୀ ପୂରଣ କରାଯିବ ବୋଲି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଉତ୍କଳ ବିଶ୍ବବିଦ୍ୟାଳୟ ଏମେଣ୍ଡମେଣ୍ଟ ଧାରା ୨୦୨୪ ପାଇଁ ହୋଇଥିବା ବୈଠକ ପରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ । ଏବେ ଯେଉଁ ସଂଶୋଧନ ହୋଇଛି ଏଥିରେ ଯେଉଁ କୁଳପତିଙ୍କର ଯେଉଁ ଶଙ୍କା ଉପୁଜୁଛି ଆଜି ବୈଠକରେ ତାହାକୁ ଦୂର କରାଯାଇଛି ।

ଜାତୀୟ ଶିକ୍ଷାନୀତି ୨୦୨୦ ପ୍ରଣୟନ ପ୍ରସଙ୍ଗରେ ମଧ୍ୟ ଆଲୋଚନ ହୋଇଛି । ଉଚ୍ଚଶିକ୍ଷା ବିଭାଗର କିଛି କମ୍ପାନୀ ସହ ମଧ୍ୟ ଚୁକ୍ତି ହୋଇଛି । ଏହାଦ୍ବାର ଶିକ୍ଷିତ ଯୁବକ ଏବଂ ଯୁବତୀମାନଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score