Explore

Search

August 6, 2025 8:44 am

Genres

ମା ସୁଭଦ୍ରାଙ୍କ କୃପାରୁ ମହିଳା ମାନେ ହେଉଛନ୍ତି ଆର୍ଥିକ ସଶକ୍ତ: ପ୍ରଭାତୀ ପରିଡ଼ା

ଆଜି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଲୋକସେବା ଭବନର ମହିଳା ଓ ଶିଶୁ ବିକାଶ ସମ୍ମିଳନୀ କକ୍ଷରେ ଆଭାସୀ ମାଧ୍ୟମରେ ସୁଭଦ୍ରା ଭଉଣୀମାନଙ୍କ ସହ ସିଧାସଳଖ ଆଲୋଚନା କରି ସୁଭଦ୍ରା ଯୋଜନାର ସମୀକ୍ଷା କରିଛନ୍ତି l ଏଣିକି ଲକ୍ଷପତି ଦିଦି ହେବେ କୋଟିପତି ଦିଦି l ବିନା ସୁଧରେ ୧୦ ଲକ୍ଷ ଟଙ୍କା ଋଣ ଯୋଗାଇଦେବାକୁ ସରକାର ଦେବେ ପ୍ରାଥମିକତା ଏଥିସହ ସରକାର ଯେତେ ଆର୍ଥିକ ସହାୟତା ଦେଉଛନ୍ତି ବ୍ୟାଙ୍କ ସହ ସଂଯୋଗ କରାଯିବ l ସଫଳ ସୁଭଦ୍ରା ଭଉଣୀଙ୍କୁ ବିଭାଗକୁ ଚିଠି ଲେଖିବାକୁ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା l ସୁଭଦ୍ରା ଟଙ୍କାରେ କଣ କରିଛନ୍ତି ସେ ନେଇ ଚିଠି ଲେଖିବାକୁ କୁହାଯାଇଛି l ଅନ୍ୟପକ୍ଷରେ ସଫଳ ବିଜିନେସ ମଡେଲକୁ ୱେବସାଇଟରେ ସ୍ଥାନିତ କରାଯିବ ବୋଲି ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ l “ମା’ ସୁଭଦ୍ରାଙ୍କ କୃପାରୁ ସୁଭଦ୍ରା ରାଶିର ଉପଯୋଗରେ ସେମାନଙ୍କ ଜୀବନରେ କିଭଳି ପରିବର୍ତ୍ତନ ଆସିଛି ସେ ବିଷୟରେ ମଧ୍ଯ ଆଲୋଚନା ହୋଇଛି” ବୋଲି କହିଛନ୍ତି ଶ୍ରୀମତୀ ପରିଡ଼ା l

ଆଜି ସେମାନେ ସୁଭଦ୍ରା ଯୋଜନା ବାବଦକୁ ମିଳିଥିବା ସହାୟତା ରାଶିର ଉପଯୋଗ କିଭଳି କରିଛନ୍ତି ସେ ବିଷୟରେ ନିଜର ଅନୁଭୂତି ବଖାଣିବା ସହିତ କିପରି ଲକ୍ଷପତି ଦିଦି ଆଗକୁ ହେବେ ଓ ବର୍ତ୍ତମାନ ଜାରି ରହିଥିବା ସମୀକ୍ଷାରୁ ମିଳୁଥିବା ତଥ୍ୟ ଆଧାରରେ ଆଗାମୀ ଦିନରେ ସୁଭଦ୍ରା ଭଉଣୀମାନଙ୍କ ପାଇଁ ଯୋଜନା ପ୍ରସ୍ତୁତ କରାଯିବ ବୋଲି ଏହି ବୈଠକରୁ ସୂଚନା ମିଳିଛି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score