Explore

Search

July 2, 2025 10:58 am

Genres

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ସୁଭଦ୍ରା ୨ୟ କିସ୍ତି ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ସୁଭଦ୍ରା ୨ୟ କିସ୍ତି ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ

ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟର ସମସ୍ତ ମହିଳାଙ୍କୁ ମିଳିଛି ସୁଭଦ୍ରା ଭେଟି l ଆକାଉଣ୍ଟରେ ଦ୍ୱିତୀୟ କିସ୍ତି ଭାବରେ ମିଳିଲା ଉପହାର l ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟର ୧କୋଟି ହିତାଧିକାରୀଙ୍କୁ ୫ ହଜାର କୋଟି ଟଙ୍କାର ସୁଭଦ୍ରାର ଦ୍ଵିତୀୟ କିସ୍ତି ବଣ୍ଟନ କରିଛନ୍ତି l ଏହି ଉପଲକ୍ଷେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ପୃଥ୍ୱୀରାଜ ହରିଚନ୍ଦନ, ସାଂସଦ ପ୍ରଦୀପ ପାଣିଗ୍ରାହୀ, ଅନିତା ଶୁଭଦର୍ଶିନୀ , ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ ଶୁଭା ଶର୍ମା,ଏବଂ ଜିଲ୍ଲାର ସମସ୍ତ ବିଧାୟକଗଣ ଓ ଜିଲ୍ଲାପାଳ ଗଞ୍ଜାମ ପ୍ରମୁଖ ଉପସ୍ଥିତ ଥିଲେ l

ନିଜର ସ୍ଵାଗତ ଭାଷଣରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା “ପ୍ରତି ଗାଁରେ ବିକାଶ ପାଇଁ କେବଳ ସୁଭଦ୍ରା ନୁହେଁ ଲକ୍ଷପତି ଦିଦି ମଧ୍ଯ ବନେଇବୁ” ବୋଲି ବକ୍ତବ୍ୟ ରଖିଥିଲେ l ସେହିପରି ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ “ଆଧୁନିକ ଭାରତରେ ମହିଳାଙ୍କ ଅବଦାନ ଅତୁଳନୀୟ ଆଜି ରେଶମୀ ସହରରୁ କୋଟିଏ ମହିଳାଙ୍କ ପାଖେ ପହଁଞ୍ଚିଛି ସୁଭଦ୍ରା ଟଙ୍କା ଏଥିସହିତ ଏଣିକି ସରକାରୀ ଖର୍ଚ୍ଚରେ ଶ୍ରୀକ୍ଷେତ୍ର ଦର୍ଶନ ସହିତ ନିଶୁଳ୍କ ପ୍ରସାଦସେବନ ବ୍ୟବସ୍ଥା ହେବ” ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମହୋଦୟ l

ସୂଚନା ମୁତାବକ ଆଜି ବ୍ରହ୍ମପୁର ସହର ସ୍ଥିତ ବିବେକ ବିହାର ଗ୍ରାଉଣ୍ଡରୁ ବଣ୍ଟନ କରାଯାଇଛି । ଏହି ସଭାରେ ପ୍ରାୟ ୨୫,୦୦୦ ମହିଳା ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ l
ସୁଭଦ୍ରା ଯୋଜନା ଅର୍ଥର ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟରେ ମହିଳା ହିତାଧିକାରୀଙ୍କ ଆକାଉଣ୍ଟରେ ଜମା କରାଯାଇଛି। ପଞ୍ଚମ ପର୍ଯ୍ୟାୟରେ, ୨ ଲକ୍ଷ ୩୦ ହଜାରରୁ ଅଧିକ ନୂତନ ହିତାଧିକାରୀ ଆର୍ଥିକ ସହାୟତା ପାଇବେ।

ସୂଚନାଯୋଗ୍ୟ ଯେ ସୁଭଦ୍ରା ଯୋଗାନାର ହିତାଧିକାରୀଙ୍କୁ ପ୍ରତ୍ୟେକଙ୍କୁ ୫୦୦୦ ଟଙ୍କା ଦୁଇ କିସ୍ତିରେ ବାର୍ଷିକ ୧୦,୦୦୦ ଟଙ୍କା ଦିଆଯାଉଛି। ଫେବୃଆରୀ ୬ ରେ ସୁଭଦ୍ରା ଯୋଜନା ଯୋଜନାର ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ବଣ୍ଟନ କରାଯାଇଥିଲା। ଏହି ଦିନ ରାଜ୍ୟ ସରକାର ୧୮ ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score