ରାଜ୍ୟର ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଏବଂ ୮୦ ପ୍ରତିଶତ ବା ତା’ଠାରୁ ଅଧିକ ଦିବ୍ୟାଙ୍ଗ ଏଣିକି ମାସକୁ ୩୫୦୦ ଟଙ୍କା ଭତ୍ତା ପାଇବେ l ଆସନ୍ତା ଜୁନ୍ ମାସରୁ ମିଳିବ ବର୍ଦ୍ଧିତ ଭତ୍ତା l ବର୍ଦ୍ଧିତ ଭତ୍ତା ନେଇ ଜିଲ୍ଲା ଜନମଙ୍ଗଳ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି l ବରିଷ୍ଠ ନାଗରିକଙ୍କୁ ବି ମିଳିବ ବର୍ଦ୍ଧିତ ଭତ୍ତା l ଜୁନ୍ ସୁଦ୍ଧା ୮୦ ବର୍ଷ ହୋଇଥିଲେ ମିଳିବ ବର୍ଦ୍ଧିତ ଭତ୍ତା l ଏଥିସହିତ ମୋହନ ସରକାର ମାତୃତ୍ୱ ଛୁଟି ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ନିଷ୍ପତ୍ତି ସାମ୍ନାକୁ ଆସିଛି l ସରକାରୀ କର୍ମଚାରୀଙ୍କ ମାତୃତ୍ବ ଛୁଟି ଦ୍ବନ୍ଦ୍ବ ଦୂର କରିଛନ୍ତି l ୧୮୦ ଦିନର ଛୁଟି ପାଇଁ ସ୍ଥିରୀକୃତ ହେଲା ନିୟମ l ପ୍ରସବର ୩ ମାସ ପୂର୍ବରୁ ଓ ୬ ମାସ ମଧ୍ୟରେ ମିଳିବ ଛୁଟି l ଏକକାଳୀନ ବା ବିଭିନ୍ନ ପର୍ଯ୍ୟାୟରେ ନେଇ ହେବ ଛୁଟି l ପ୍ରସବ ସ୍ବୀକୃତିପ୍ରାପ୍ତ ଚିକିତ୍ସାଳୟରେ ହେବା ଆବଶ୍ୟକ l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |