Explore

Search

October 16, 2025 5:29 pm

Genres

ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ୭୯ତମ ଜନ୍ମଦିବସର ଅଭିନନ୍ଦନ

ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ୭୯ତମ ଜନ୍ମଦିବସ। ‘ଝଡ଼ର ଇଗଲ’ ଭାବେ ପରିଚିତ ଏହି ଜନନେତା ସାଢେ ଚାରିକୋଟି ଓଡ଼ିଆଙ୍କ ହୃଦୟରେ ଅଲଗା ସ୍ଥାନ ଦାବି କରିଛନ୍ତି। ଜନସେବା, ଶାନ୍ତ ନେତୃତ୍ୱ ଓ ନିରନ୍ତର ସମର୍ପଣ ଦ୍ୱାରା ସେ ରାଜ୍ୟ ଓ ଦେଶରେ ସୃଷ୍ଟି କରିଛନ୍ତି ଅଲଗା ପରିଚୟ।

୧୯୪୬ ମସିହାର ଏହି ଦିନରେ କଟକରେ ଜନ୍ମଗ୍ରହଣ କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଲୋକାଭିମୁଖୀ ଯୋଜନା, ଗରିବ ଓ ପ୍ରତିହତ ଶ୍ରେଣୀ ପାଇଁ ଦରଦ, ଏବଂ ରାଜ୍ୟର ପ୍ରଗତି ପାଇଁ ନିରବଚ୍ଛିନ୍ନ ସଂଗ୍ରାମ ଯୋଗୁ ସେ ୨୦୦୦ ମାର୍ଚ୍ଚ ୫ ରୁ ୨୦୨୪ ଜୁନ ୫ ପର୍ଯ୍ୟନ୍ତ ପାଞ୍ଚଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନିଭାଇ ଦେଶରେ ସୃଷ୍ଟି କରିଥିଲେ ଇତିହାସ।

ସ୍ବାସ୍ଥ୍ୟ, ଶିକ୍ଷା, କ୍ରୀଡ଼ା, ଗ୍ରାମୀଣ ବିକାଶ, ନାରୀ ସଶକ୍ତିକରଣ ଓ ନିଷ୍ପେସିତ ବର୍ଗର ଉନ୍ନତି — ସମସ୍ତ କ୍ଷେତ୍ରରେ ସେ ନେଇଥିଲେ ଦାୟିତ୍ବପୂର୍ଣ୍ଣ ପଦକ୍ଷେପ ଓ ନୂତନ ଦିଗ।

ରାଜନୀତି ସହିତ ସାହିତ୍ୟରେ ମଧ୍ୟ ସେ ଆପଣାକୁ ସ୍ଥାପିତ କରିଛନ୍ତି, ତାଙ୍କ ରଚନା ସାରା ବିଶ୍ବରେ ପ୍ରଶଂସା ହାସଲ କରିଛି।

ମହିଳା ସ୍ବାବଲମ୍ବନ ଅଭିଯାନରେ ସେ ଏସଏଚଜି ମାଧ୍ୟମରେ ଲକ୍ଷ ଲକ୍ଷ ମହିଳାଙ୍କୁ ସଶକ୍ତ କରିଛନ୍ତି। ଶିଶୁ, ଯୁବ, ବୟସ୍କ, ନାରୀ କିମ୍ବା ପୁରୁଷ — ସମସ୍ତଙ୍କ ପାଇଁ ସେ ହେଲେ ଆଶାର ଆଶ୍ରୟ।

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତାଙ୍କ ନେତୃତ୍ୱ ଓଡ଼ିଶାକୁ ସାରା ଦେଶରେ ଏକ ରୋଲ ମଡେଲ ଭାବେ ସ୍ଥାପିତ କରିଥିଲା। ଜାତୀୟ ରାଜନୀତିରେ ମଧ୍ୟ ତାଙ୍କ ସ୍ଵତନ୍ତ୍ର ଭାବ ଓ ସଂଘୀୟ ଦୃଷ୍ଟିକୋଣ ଓଡ଼ିଶାକୁ ଦେଇଛି ଅଲଗା ପରିଚୟ।

ତାଙ୍କ ନୀତି, ଦୃଷ୍ଟିଭଙ୍ଗୀ ଓ ଷ୍ଟେଟ୍ସମ୍ୟାନସିପ ଦେଶରେ ସମସ୍ତ ଦଳ ଦ୍ୱାରା ସମ୍ମାନିତ। ଓଡ଼ିଶା ମଡେଲ ଆଜି ଦେଶରେ ହୋଇଛି ଏକ ପ୍ରଶଂସିତ ଦୃଷ୍ଟାନ୍ତ।

ରାଜ୍ୟର ଅର୍ଥନୀତିକ ସ୍ଥିରତା, କୃଷିର ଅଭିବୃଦ୍ଧି ଓ ଆର୍ଥିକ ସଶକ୍ତିକରଣ କ୍ଷେତ୍ରରେ ତାଙ୍କ ଅବଦାନ ଅବିସ୍ମରଣୀୟ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score