ଭୁବନେଶ୍ୱର : ରାଜ୍ୟରେ ନିର୍ମାଣ ହେବ ନୂତନ ମଡେଲ ଜିଲ୍ଲାପାଳ କାର୍ଯ୍ୟାଳୟ। ନବକଳେବର ହେବ ଜିଲ୍ଲାପାଳଙ୍କ କୋଠା । ଜିଲ୍ଲାପାଳ କାର୍ଯ୍ୟାଳୟରେ ଯୋଡି ହେବ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ । ଜିଲ୍ଲାରେ ରାଜସ୍ୱ ପ୍ରଶାସନିକ ୟୁନିଟ, ଜନସଂଖ୍ୟା, କାର୍ଯ୍ୟଭାରକୁ ବିଚାରକୁ ନେଇ ଜିଲ୍ଲା ଗୁଡ଼ିକୁ ୩ଟି ବର୍ଗରେ ବିଭକ୍ତ କରାଯାଇଛି । ବୃହତ, ମଧ୍ୟମ ଓ କ୍ଷୁଦ୍ର ଏପରି ୩ଟି ବର୍ଗରେ ଏହାକୁ ବିଭକ୍ତ କରାଯାଇଛି। ବୃହତ ବର୍ଗରେ ସମ୍ବଲପୁର, ପୁରୀ, କେନ୍ଦୁଝର, କଟକ ଓ ମୟୂରଭଞ୍ଜ ଜିଲ୍ଲା ରହିଥିବା ବେଳେ ମଧ୍ୟମ ବର୍ଗରେ କନ୍ଧମାଳ, ରାୟଗଡା, ବାଲେଶ୍ଵର, ଯାଜପୁର, ବଲାଙ୍ଗୀର, ଖୋର୍ଦ୍ଧା, କଳାହାଣ୍ଡି, ଭଦ୍ରକ, ବରଗଡ, କେନ୍ଦ୍ରାପଡା, କୋରାପୁଟ, ଅନୁଗୁଳ, ନବରଙ୍ଗପୁର, ଢ଼େଙ୍କାନାଳ ଓ ଜଗତ ସିଂହପୁର ଜିଲ୍ଲା ରହିଛି । ସେହିପରି କ୍ଷୁଦ୍ର ବର୍ଗରେ ନୟାଗଡ଼, ମାଲକାନଗିରି, ନୂଆପଡା, ସୁବର୍ଣ୍ଣପୁର, ଝାରସୁଗୁଡା, ଗଜପତି, ବୌଦ୍ଧ, ଦେଓଗଡ଼ ଜିଲ୍ଲା ରହିଛି ।
ଜିଲ୍ଲାପାଳ ଅଫିସର ମୋଟ କ୍ଷେତ୍ରଫଳ ଉପରେ ଆଧାର କରି ତିନି ପ୍ରକାରର କୋଠା ରହିବ । ବଡ଼ ଜିଲ୍ଲା ପାଇଁ ୧ ଲକ୍ଷ ୭୦ ହଜାର ବର୍ଗଫୁଟ । ମଧ୍ୟମ ଜିଲ୍ଲା ପାଇଁ ୧ ଲକ୍ଷ ୪୦ ହଜାର ବର୍ଗଫୁଟ । ଛୋଟ ଜିଲ୍ଲା ପାଇଁ ୧ ଲକ୍ଷ ବର୍ଗଫୁଟ । ସେହିପରି ଭୁବନେଶ୍ୱରରେ ନୂତନ ସ୍ୱତନ୍ତ୍ର ସର୍କିଟ୍ ହାଉସ୍, ଭୁବନେଶ୍ୱରରେ ରାଜସ୍ୱ ଭବନ ଏବଂ କଟକରେ ନୂତନ ରାଜସ୍ୱ ବୋର୍ଡ ଏବଂ ଆରଡିସି କୋଠା ନିର୍ମାଣ ହେବ । ଭୁବନେଶ୍ୱରରେ ୧୦ ମହଲା କୋଠାର ନୂଆ ସର୍କିଟ ହାଉସ ନିର୍ମାଣ ହେବ । ଯେଉଁଥିରେ ଜିମ୍ , ଲାଇବ୍ରେରୀ ସହ ୱାନ ବିଏଚକେ ଓ ଟୁ ବିଏଚକେ ମଧ୍ୟ ରହିବ । ଏନେଇ ନିଷ୍ପତ୍ତି ନେଇଛନ୍ତି ସରକାର । ମଡେଲ ଯୋଜନା ଆକଳନ ଅନୁଯାୟୀ, ନୂତନ ଜିଲ୍ଲପାଳଙ୍କ କୋଠା ନିର୍ମାଣ କରାଯିବ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
