Explore

Search

October 15, 2025 10:23 am

Genres

ଗ୍ରେଟର ଭୁବନେଶ୍ବରରେ ଯୋଡିହେବ ପାରାଦୀପ, ସରିଲା ସମୀକ୍ଷା ବୈଠକ

ଗ୍ରେଟର ଭୁବନେଶ୍ବରରେ ଯୋଡିହେବ ପାରାଦୀପ, ସରିଲା ସମୀକ୍ଷା ବୈଠକ

ଖୁବଶୀଘ୍ର ବଦଳିବାକୁ ଯାଉଛି ରାଜଧାନୀ ଭୁବନେଶ୍ଵରର ନକ୍ସା l ଖୋର୍ଦ୍ଧା, ଜଟଣୀ ଓ ପିପିଲିକୁ ନେଇ ପ୍ରସ୍ତୁତ ହେଉଛି ଗ୍ରେଟର ଭୁବନେଶ୍ବରର ମାଷ୍ଟର ପ୍ଲାନ । ନୂଆ ସହରରେ ସାମିଲ ହେବ ୩୭୪ଟି ଗ୍ରାମ । ପ୍ରାଥମିକ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୨୦୦ କୋଟି । ପୁରୀ, କୋଣାର୍କ ଓ ପାରାଦୀପକୁ ଯୋଡ଼ିବାକୁ ଯୋଜନା ।

୨୦୩୬ ବିକଶିତ ଓଡ଼ିଶା ଅଭିଯାନ ନେଇ ତିଆରି ହେବ ଗ୍ରେଟର ଭୁବନେଶ୍ୱର। ପୁରୀ, କୋଣାର୍କ, ଭୁବନେଶ୍ୱର, କଟକ, ଖୋର୍ଦ୍ଧା ଓ ପାରାଦୀପକୁ ମିଶାଇ ତିଆରି ହେବ ବଡ ସହର। ସମସ୍ତ ସହରକୁ ସଂଯୋଗ କରିବା ପାଇଁ ରିଙ୍ଗ ରୋଡ ହେବ। ଟାଉନ୍ ପ୍ଳାନିଂ ସ୍କିମ୍ ରେ ପ୍ରଥମେ ଭୁବନେଶ୍ଵରରେ ମିଶିବ ଏହାର ଉପକଣ୍ଠର ଅନେକ ସ୍ଥାନ। ଯାହାକୁ ନେଇ ଗ୍ରେଟର ଭୁବନେଶ୍ୱର ପ୍ଲାନ୍ ହେଉଛି।

ଗ୍ରେଟର ଭୁବନେଶ୍ବର ଯୋଜନାରେ କ୍ୟାପିଟାଲ ରିଜିଆନ ରିଙ୍ଗରୋଡ ଖୋର୍ଦ୍ଧା ରାମେଶ୍ବରଠାରୁ ଟାଙ୍ଗି କଟକ ପର୍ଯ୍ୟନ୍ତ ନିର୍ମାଣ ହେବ । ୧୧୧ କିଲୋମିଟରର ଏହି ରିଙ୍ଗ ରୋଡ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୬ ହଜାର କୋଟି ଟଙ୍କା । ୩ ବର୍ଷରେ ଏହି ପ୍ରକଳ୍ପ କାମ ସରିବ ବୋଲି ଭୁବନେଶ୍ବର ସାଂସଦ କହିଛନ୍ତି। ଖୋର୍ଦ୍ଧାରେ ମଧ୍ୟ ୧୨୮ କୋଟି ଟଙ୍କାର ବାଇପାସ୍‌ ରୋଡ କାମ ଶେଷ ପର୍ଯ୍ୟାୟରେ ଯାହାର ଖୁବଶୀଘ୍ର ଲୋକାର୍ପଣ ହେବ । ଗ୍ରେଟର ଭୁବନେଶ୍ବରରେ ରହିବ ଅତ୍ୟାଧୁନିକ ଭିତ୍ତିଭୂମି । ଡ୍ରେନେଜ୍, ସ୍ବରେଜ୍ ଓ ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ପ୍ରସ୍ତୁତ ହେଉଛି ସ୍ବତନ୍ତ୍ର ମାଷ୍ଟର ପ୍ଲାନ୍ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score