ଗଞ୍ଜାମ ଜିଲ୍ଲାର ବିଭିନ୍ନ ବିଧାନସଭା କ୍ଷେତ୍ରରେ ଅପରେସନ ସିନ୍ଦୂରର ସଫଳତା ଉପଲକ୍ଷେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ଗୋପଳପୁର ବିଧାୟକ ତଥା ମନ୍ତ୍ରୀମାନ୍ୟବର ବାଣିଜ୍ୟ,ପରିବହନ,ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା l ଆତଙ୍କବାଦର ନିପାତ ପାଇଁ ବୀର ଯବାନମାନଙ୍କ ଦ୍ୱାରା କରାଯାଇଥିବା ଅପରେସନ ସିନ୍ଦୁରର ସଫଳତା ଓ ସଶସ୍ତ୍ରବାହିନୀର ପରାକ୍ରମକୁ ଉତ୍ସବ ରୂପେ ପାଳନ କରିବା ନିମନ୍ତେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଆୟୋଜିତ ତ୍ରିରଙ୍ଗା ଯାତ୍ରାରେ ମାନ୍ୟବର ବିଧାୟକ ଡା. ସିଦ୍ଧାନ୍ତ ମହାପାତ୍ରଙ୍କ ସହ ତଥା ଅଞ୍ଚଳର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହ ଯୋଗ ଦେଇଥିଲେ l ସେହିପରି ବଡଖେମୁଣ୍ଡି ହାଇସ୍କୁଲ ଖେଳ ପଡିଆରୁ ଆରମ୍ଭ ହୋଇଥିବା ଏହି ରାଲିରେ ଶତାଧିକ ଦେଶପ୍ରେମୀ ଯୋଗ ଦେଇଥିଲେ। ଅପରେସନ ସିନ୍ଦୁରର ସଫଳତା ତଥା ଭାରତୀୟ ସେନାର ପରାକ୍ରମ ଓ ଶୌର୍ଯ୍ୟକୁ ସମ୍ମାନ ଜଣାଇ ମାନ୍ୟବର ମନ୍ତ୍ରୀ ତାଙ୍କ ନିଜସ୍ୱ ବିଧାନସଭା କ୍ଷେତ୍ର ଗୋପାଳପୁରର ଲୋଚାପଡା ପଞ୍ଚାୟତରେ ଆୟୋଜିତ ତ୍ରିରଙ୍ଗା ଯାତ୍ରାରେ ଦେଶପ୍ରେମୀ ଅଞ୍ଚଳବାସୀଙ୍କ ସହ ସାମିଲ ହୋଇଥିଲ ।ସେହିପରି ସଶସ୍ତ୍ରବାହିନୀର ପରାକ୍ରମକୁ ଗୋପାଳପୁର ବିଧାନସଭା କ୍ଷେତ୍ରର ପଞ୍ଚାୟତ ସ୍ତରରେ ଆୟୋଜିତ ‘ପରାକ୍ରମ ଶୋଭାଯାତ୍ରା’ ଏବଂ କନିଶି ପଞ୍ଚାୟତରେ ଆୟୋଜିତ ରାଲିରେ ଯୋଗ ଦେଇ ସେନାର ବୀରତ୍ୱକୁ ସଲାମ ଜଣାଇଥିଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା l ଅନ୍ୟପଟେ ଗୋପାଳପୁରର ମନ୍ତ୍ରୀଡି ପଞ୍ଚାୟତରେ ଆୟୋଜିତ ରାଲି ଓ ଗୋଳନ୍ଥରା ପଞ୍ଚାୟତରେ ଆୟୋଜିତ ରାଲିରେ ଯୋଗ ଦେଇ ଭାରତୀୟ ବୀର ସୈନିକଙ୍କ ଅଦମ୍ୟ ସାହାସ ଓ ଶୌର୍ଯ୍ୟକୁ ପ୍ରଣାମ ଜଣାଇଥିଲେ ମନ୍ତ୍ରୀ ମହୋଦୟ l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |