ଓଡ଼ିଶାର ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଯେଉଁ ନିଷ୍ପତ୍ତିରେ ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ସ୍ଥିତ ମହିମା ପୀଠର ଉନ୍ନତିକରଣ ନିମନ୍ତେ ୧୭୧ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିବା ସହିତ ଓଡ଼ିଶା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ନୀତି – ୨୦୨୫ ଲାଗୁ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ଆବେଦନକାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେତେକ ସରକାରୀ ସେବା ଓ ପଦବୀ ନିମନ୍ତେ ଆବେଦନ ବୟସ ସୀମା ବୃଦ୍ଧି କରାଯାଇ ୩୨ ରୁ ୪୨ ବର୍ଷ ପର୍ଯ୍ୟନ୍ତ ସ୍ଥିର ହୋଇଛି । ଜଗତସିଂପୁରର ଜଟାଧାର ନିକଟରେ ଏକ ଜେଟି ସ୍ଥାପନା ପାଇଁ ରାଜ୍ୟ ସରକାର ଓ ଜିନ୍ଦଲ ଷ୍ଟିଲ ମଧ୍ୟରେ ରିହାତି ଚୁକ୍ତିନାମା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏତଦବ୍ୟତୀତ ଚକ୍ଷୁ ଚିକିତ୍ସା କ୍ଷେତ୍ରରେ ୧୪୧ ଟି ନୂତନ ପଦବୀ ଓ ୨୦୦ ଟି ପଦୋନ୍ନତିଭିତ୍ତିକ ପଦବୀ ସୃଷ୍ଟି ପାଇଁ ମଧ୍ୟ ନିର୍ଣ୍ଣୟ ହୋଇଛି ।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |