Explore

Search

October 15, 2025 2:07 am

Genres

କାର୍ତ୍ତିକ ପରେ ଶ୍ରୀମନ୍ଦିର ନାଟମଣ୍ଡପରେ ପରୀକ୍ଷାମୂଳକ ଦର୍ଶନ : ଅରବିନ୍ଦ ପାଢୀ

ଜଗା ଦର୍ଶନକୁ ଆହୁରି ସୁବ୍ୟବସ୍ଥିତ କରିବା ପାଇଁ ଛତିଶା ନିଯୋଗ, ନୀତି ସବ୍‌କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁଯାୟୀ କାର୍ତ୍ତିକ ମାସ ନୀତି ବହୁଳ ରହୁଥିବାରୁ କାର୍ତ୍ତିକ ପରେ ପରୀକ୍ଷାମୂଳକ ଦର୍ଶନ ଆରମ୍ଭ ହେବ l ଜିଲ୍ଲାପାଳଙ୍କ ନେତୃତ୍ବରେ ସବ୍‌କମିଟି ଏନେଇ ଆଲୋଚନା କରିଛନ୍ତି ଓ ପ୍ରତି ବୁଧବାର ନୀତି ଶୃଙ୍ଖଳା ପାଇଁ ସମନ୍ବୟ କମିଟି ବୈଠକ ହେବ l

କାର୍ତ୍ତିକ ମାସରେ ଭୋର ୪ଟାରୁ ଦ୍ବାର ଫିଟା ନୀତି ହେବ l ଏଥିସହ ଏମାର ମଠ ରୁପା ଇଟା ସମ୍ପର୍କରେ ମଧ୍ୟ ରଖିଲେ ମତ l ବର୍ତ୍ତମାନ ଏ ସମ୍ପର୍କିତ ମାମଲା କୋର୍ଟଙ୍କ ବିଚାରାଧୀନ ରହିଛି l ମଠ ମନ୍ଦିର ସମ୍ପତ୍ତି ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଓ ରୂପା ଇଟା ଶ୍ରୀମନ୍ଦିର ପ୍ରଶାସନକୁ ଆଣିବାକୁ ସରକାରଙ୍କୁ ଅନୁରୋଧ କରିବୁ କେବଳ ସେତିକି ନୁହେଁ
ଆଶା ରହିଛି ରୁପା ଇଟା ଶ୍ରୀମନ୍ଦିର ପ୍ରଶାସନ ପାଖକୁ ଆସିବ ବୋଲି ମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score