Explore

Search

July 31, 2025 12:03 am

Genres

ଓଡ଼ିଶା ଟେକ୍ସ -୨୦୨୫ : ୨୫,୦୦୦ ରୁ ଅଧିକ ନିଯୁକ୍ତି ସୁଯୋଗ

ଆମ ପାଇଁ ଆମ ହସ୍ତତନ୍ତ ତଥା ପରିଧାନ ଶିଳ୍ପ ଓଡିଶା ସଂସ୍କୃତିର ଗର୍ବ ଓ ଗୌରବ । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ପୁରୀ ଶ୍ରୀମନ୍ଦିରରେ ଆମ ମହାପ୍ରଭୁ ପ୍ରତିଦିନ ନୂଆ ହାତବୁଣା ବସ୍ତ୍ର ପିନ୍ଧନ୍ତି ଏବଂ ଏହି ସମସ୍ତ ବସ୍ତ୍ର ରାଜ୍ୟର ବିଭିନ୍ନ ମଠ ଓ ପବିତ୍ର କ୍ଷେତ୍ରରୁ ଆସେ । କପଡ଼ା ଓ ପୋଷାକ ଶିଳ୍ପ ଆମ ସଂସ୍କୃତି, ଇତିହାସ ଓ ଅସ୍ମିତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ l ଆମ ରାଜ୍ୟକୁ ଟେକ୍ସଟାଇଲ୍ ଓ ବସ୍ତ୍ର ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ଉଦ୍ଦେଶ୍ୟରେ ଓଡିଶା ସରକାର ଶିଳ୍ପ ସମ୍ମିଳନୀ – ‘ଓଡ଼ିଶା ଟେକ୍ସ -୨୦୨୫’ ଆୟୋଜନ କରିଛନ୍ତି । ଏହି ସମ୍ମିଳନୀରେ ୬ ଗୋଟି ନୂତନ ପ୍ରକଳ୍ପର ଉଦଘାଟନ କରାଯାଇଛି । ଏହି ଅବସରରେ ଏକାଧିକ ଏମଓୟୁ ସ୍ୱାକ୍ଷର ସହ ୧୦,୦୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ଆସୁଥିବାବେଳେ ଏହା ଦ୍ୱାରା ୨୫,୦୦୦ ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାକୁ ଯାଉଛି । ବିଶ୍ୱର ନାମୀ ବ୍ରାଣ୍ଡର ମହଙ୍ଗା ପୋଷାକ ଭାରତର ଛୋଟ ଉଦ୍ୟୋଗରେ ତିଆରି ହୁଏ, କିନ୍ତୁ ଦାମୀ କମ୍ପାନୀ ସେଗୁଡିକୁ ନିଜର ମୋହର ଲଗାଇ ବିକ୍ରି କରନ୍ତି । ଆମ କାରଖାନାରେ ତିଆରି ହୋଇଥିବା ପୋଷାକ ଦେଶ ବିଦେଶରେ ଅନ୍ୟ ନାମରେ ବିକ୍ରୟ ହୁଏ । ଏହି ପରିସ୍ଥିତି ବଦଳିବା ଦରକାର । ପ୍ରଧାନମନ୍ତ୍ରୀ ମୋଦୀଜୀ ଆଣିଥିବା ବସ୍ତ୍ର ନୀତି ୨୦୨୪ ଦେଶକୁ ବୈଶ୍ୱିକ ଶିଳ୍ପ ଶକ୍ତି ବନାଇବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଏହା ନବାଚାର, ନିବେଶ ଓ ରୋଜଗାର ବୃଦ୍ଧିକୁ ପ୍ରେରଣା ଦେଉଛି ।

ଓଡ଼ିଶାର ପରିଧାନ ଶିଳ୍ପ ପ୍ରାଚୀନ ଓ ଆମ ପାଇଁ ଗର୍ବର ବିଷୟ । ସମ୍ବଲପୁରୀ ବସ୍ତ୍ର, ବ୍ରହ୍ମପୁରର ରେଶମ, କେନ୍ଦୁଝର ଟସର, ଗଜପତି ଓ ମାଣିଆବନ୍ଧର କାରିଗରୀ ଦେଶବ୍ୟାପୀ ପ୍ରସିଦ୍ଧ । ଏହାକୁ ନୂଆ ଦିଗରେ ନେବାକୁ ଆମ ସରକାର ନିରନ୍ତର ପ୍ରୟାସ କରୁଛନ୍ତି । ଚଳିତ ବର୍ଷରେ ସାରା ଦେଶର ଘରୋଇ ନିବେଶର ୪୦ % ଓଡ଼ିଶାକୁ ଆସୁଛି, ତଥା ଆଗାମୀ ୧୦ ବର୍ଷରେ ୫ଟି ହସ୍ତତନ୍ତ ପାର୍କ ସ୍ଥାପନ, ୫ଲକ୍ଷ ନିଯୁକ୍ତି ସୃଷ୍ଟି ଓ ସ୍ୱଦେଶୀ ବ୍ରାଣ୍ଡକୁ ବିଶ୍ୱରେ ପରିଚିତ କରାଯିବ । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀ ସମସ୍ତ କାରିଗରଙ୍କୁ ଆଶ୍ୱସ୍ତ କରି କହିଛନ୍ତି ଯେ, ସରକାର ସଦାସର୍ବଦା ତାଙ୍କ ସହିତ ଅଛନ୍ତି ବୋଲି ଆଶ୍ଵାସନା ଦେଇଛନ୍ତି ମାନ୍ୟବର l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score