ରାଜ୍ୟରେ ପ୍ରଥମ ଥର ପାଇଁ ସରକାରୀ ସ୍ତରରେ ଜଣେ ମହିଳା ସରକାରୀ ଗାଡି ଚାଳକ ରୂପେ ନିଯୁକ୍ତି ହୋଇ ଉଦାହରଣ ହେଲେ ସନ୍ଧ୍ୟାରାଣୀ ମାଝୀ l ବରିଷ୍ଠ ଆଇଏଏସ୍ ଅଫିସର ତଥା ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କର ସରକାରୀ ଗାଡିର ଡ୍ରାଇଭର ଭାବରେ ସଂଧ୍ୟାରାଣୀ ନିଯୁକ୍ତି ପାଇଛନ୍ତି । ସରକାରୀ ଗାଡ଼ି ଚଲାଇଥିବା ଓଡ଼ିଶାର ପ୍ରଥମ ମହିଳା ଡ୍ରାଇଭର ବନିଛନ୍ତି ସନ୍ଧ୍ୟା ରାଣୀ ମାଝୀ । ସାଧାରଣ ଭାବରେ ସରକାରୀ ଭାବରେ ଡ୍ରାଇଭର ପଦବୀ ଲାଗି କେବଳ ପୁରୁଷମାନେ ହିଁ ନିଯୁକ୍ତି ପାଇଥାନ୍ତି l କିନ୍ତୁ ଏହି ପୁରୁଷ କୈନ୍ଦ୍ରିକ ବୃତ୍ତି ଉପରେ ପୂର୍ଣ୍ଣଛେଦ ଟାଣିଛନ୍ତି ମୟୁରଭଞ୍ଜର ସନ୍ଧ୍ୟାରାଣୀ l
ଉଭୟ ରାଜ୍ୟ ଓ କେନ୍ଦ୍ରରେ ଓଡ଼ିଶାରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦବୀରେ କାର୍ଯ୍ୟ କରି ଆସିଥିବା ଆଇଏଏସ୍ ଅଫିସର ଶ୍ରୀମତୀ ପାଢ଼ୀ ଓଡ଼ିଶାରେ ସରକାରୀ କ୍ଷେତ୍ରରେ ପ୍ରଥମ ମହିଳା ଡ୍ରାଇଭର ନିଯୁକ୍ତି ଦେଇ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |