ଓଡ଼ିଶା ଅର୍ଥନୀତିକୁ ଆଗକୁ ନେବା ସହ ଲୋକଙ୍କୁ ଉନ୍ନତ ମାନର ଯାତାୟାତ ସୁବିଧା ଯୋଗାଇ ଦେବାଲାଗି ଓଡିଶା ରାଜ୍ୟ ସରକାର ଭିଜନ ୨୦୩୬ ଏବଂ ୨୦୪୭ରେ ବ୍ୟାପକ ଯୋଜନା କରିଛନ୍ତି। ମୁଖ୍ୟଭାବେ ଆକାଶପଥରେ ଯୋଗାଯୋଗ ଭିତ୍ତିଭୂମିକୁ ସଜାଡ଼ିବା ପାଇଁ ଏଥିରେ ନକ୍ସା ଅଙ୍କା ଯାଇଛି। ୨୦୪୭ ବେଳକୁ ରାଜ୍ୟରେ ଅତିକମ୍ରେ ୧୫ଟି ବିମାନବନ୍ଦର ସ୍ଥାପନ ହେବ। ପ୍ରତି ୧୦ ଲକ୍ଷ ଲୋକରେ ୫ ଲକ୍ଷରୁ ଅଧିକ ଲୋକ ଯେଭଳି ବିମାନରେ ଯାତ୍ରା କରିବେ ସେ ନେଇ ବ୍ୟବସ୍ଥା କରାଯିବ। ରାଜ୍ୟରେ ସଂପ୍ରତି ୫ଟି ବିମାନବନ୍ଦର କାର୍ଯ୍ୟକ୍ଷମ ରହିଛି। ସେଗୁଡ଼ିକ ହେଲା ଭୁବନେଶ୍ବର, ଝାରସୁଗୁଡ଼ା, ରାଉରକେଲା, ଜୟପୁର ଏବଂ ଉତ୍କେଲା।
ଏଥିରୁ ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନବନ୍ଦର ହୋଇଥିବା ବେଳେ ଅନ୍ୟ ୪ଟି ଡୋମେଷ୍ଟିକ୍ ବିମାନବନ୍ଦର। ୨୦୩୦ ବେଳକୁ ଭୁବନେଶ୍ବର ବିମାନବନ୍ଦରର କ୍ଷମତା ପୂର୍ଣ୍ଣ ଉପଯୋଗ ହୋଇସାରିଥିବ। ଏହି ସମୟ ବେଳକୁ ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ସ୍ଥାପନ ଲକ୍ଷ୍ୟ ରଖାଯାଇଛି। ୨୦୩୬ ସୁଦ୍ଧା ଉଡାନ୍ ଯୋଜନାରେ ଅତିକମ୍ରେ ୫ଟି ବିମାନବନ୍ଦରର ବିକାଶ ହେବ ବୋଲି ଯୋଜନା ରଖାଯାଇଛି । ଆସନ୍ତା ୨୪ ମାସ ମଧ୍ୟରେ ଦେଶର ୧୦ଟି ଏବଂ ବିଦେଶର ୩ଟି ନୂଆ ସ୍ଥାନକୁ ସିଧାସଳଖ ବିମାନ ଓଡ଼ିଶାରୁ ଉଡ଼ିବ। ଦ୍ବିତୀୟ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରାଯିବ ବୋଲି ଭିଜନ ଦସ୍ତାବିଜ୍ରେ କୁହାଯାଇଛି।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |