Explore

Search

March 13, 2025 5:38 pm

Genres

ଉତ୍ତର ଦ୍ବାର ବାହାରେ ଅନ୍ନକ୍ଷେତ୍ର କରିବାକୁ ଯୋଜନା, ଗୁଣ୍ଡିଚା ମନ୍ଦିରର ହେବ ଉନ୍ନତିକରଣ

ଚାରିଧାମ ମଧ୍ୟରେ ପୁରୀ ଅନ୍ୟତମ l ତେବେ ଦୈନଦିନ ଆସୁଥିବା ଭକ୍ତଙ୍କ ପ୍ରସାଦସେବନ ଲାଗି ଆନନ୍ଦ ବଜାରରେ ଭିଡ ଜମୁଛି l ତେବେ ଏହାର ନିୟନ୍ତ୍ରଣ ପାଇଁ ପୁରୀ ଶ୍ରୀମନ୍ଦିର ଗଜପତି ମହାରାଜା, ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ପ୍ରମୁଖ ସ୍ଥିତି ଅନୁଧ୍ୟାନ କରିଛନ୍ତି l ଯାହାର ସ୍ଥିତିକୁ ପରଖି ପୁରୀ ଗଜପତି ମହାରାଜା ଏହି ମତ ଦେଇଛନ୍ତି ଯେ “ଆନନ୍ଦ ବଜାରରେ ପ୍ରସାଦ ସେବନ ସୁବିଧା ହୋଇପାରୁନି l ଉତ୍ତର ଦ୍ବାର ବାହାରେ ବିଶିଷ୍ଟ ଜାଗାରେ ଅନ୍ନକ୍ଷେତ୍ର ହେବ l ଯେଉଁଠି ସୁବିଧାରେ ଭକ୍ତମାନେ ମହାପ୍ରସାଦ ସେବନ କରିପାରିବେ l ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ହେବ l ମହାପ୍ରସାଦ ସେବନ ପାଇଁ ଏକ ପ୍ରଶସ୍ତ ଓ ଉତ୍ତମ ବ୍ୟବସ୍ଥା ହେବ ଏବଂ ସରକାରଙ୍କ ସହ ଆଲୋଚନା କରିବୁ, କାର୍ଯ୍ୟ ଆଗକୁ ନେବୁ ” ବୋଲି ପ୍ରକାଶ କରିଛନ୍ତି ଗଜପତି l

ଏହି ଅବସରରେ ଶ୍ରୀମନ୍ଦିର ପ୍ରଶାସନ ଗୁଣ୍ଡିଚା ମନ୍ଦିରକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି l ଗୁଣ୍ଡିଚା ମନ୍ଦିର ଓ ଏହାର ରୋଷଘରର ହେବ ଉନ୍ନତୀକରଣ l ୨୦୨୬ ସୁଦ୍ଧା ନୀଳାଦ୍ରି ବିଜେ କାମ ସରିବ l ଶ୍ରୀମନ୍ଦିର କାର୍ଯ୍ୟାଳୟ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score