ଦିନକ ପରେ ରଜ। ରାତି ପାହିଲେ ହେବ ସଜବାଜ । ରାଜ୍ୟରେ ଆସନ୍ତା ୧୪ ତାରିଖ (ଶନିବାର) ପହିଲି ରଜ ପାଳନ ହେବ। ତେଣୁ ଆଜି ରାଜ୍ୟ ସରକାର ଏହି ବର୍ଷ ରଜ କିଛି ଭିନ୍ନ ଧରଣ ଭାବେ ପାଳିବାକୁ ଯୋଜନା କରିଛନ୍ତି।
ସରକାରୀସ୍ତରରେ ଏଥର ରଜ ପାଳନ ହେବ। ସରକାର ଏନେଇ ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି। ‘ଉକୃଷ୍ଟ କିଶୋରୀ ସୁଭଦ୍ରା ଦିବସ ’ନାଁରେ ଚଳିତ ବର୍ଷ ରଜ ପାଳିତ ହେବ। ଏନେଇ ସବୁ ଜିଲ୍ଲାର ସମାଜ ମଙ୍ଗଳ ଅଧିକାରୀଙ୍କୁ ଚିଠି ଲେଖାଯାଇଛି। ଏହି ଚିଠିରେ ଏସ୍ପି ଜାରି କରାଯାଇଛି।
ରଜ ପାଳନ ନେଇ ତୁରନ୍ତ ପ୍ରସ୍ତୁତି ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶ ଅନୁସାରେ ରାଜ୍ୟର ପ୍ରତି ପୌରାଞ୍ଚଳରେ କାର୍ଯ୍ୟକ୍ରମର ଆୟୋଜନ ହେବ। କିଶୋରୀମାନେ କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରତି ଉତ୍ସବ ଲାଗି ୩୩ ହଜାର ଟଙ୍କା ଲେଖାଏଁ ଅନୁଦାନ ଦିଆଯାଇଛି। କାର୍ଯ୍ୟକ୍ରମରେ ବିଭିନ୍ନ ପିଠାପଣା, ପ୍ରତିଯୋଗିତା କରାଯିବ। ରଜ ଦୋଳି ଆକର୍ଷଣୀୟ ହେବ।
ଘରଠୁ ବାହାର, ଗାଁରୁ ସହର, ଅତିଥି ଚର୍ଚ୍ଚା ହେଉ କି ଖୁସିର ଅବସର; କାହିଁ କେତେ କାଳରୁ ପାନ ସାଜିଛି ଆମ ଚଳଣିର ସାଥୀ। ଆଗକୁ ରଜ ଆସୁଛି। ଦୋଳି, ପୋଡ଼ପିଠା ଭଳି ରଜରେ ପାନ ଖିଆ ବି ଜମିବ। ରଜରେ ପାଟି ନାଲି ନ ହେଲେ କୁଆଁରୀ ମନ ଫିକା ପଡ଼ିଯାଏ। ଏଣୁ ବର୍ଷଯାକ ପାନ ଖାଉନଥିବା ଲୋକ ବି ରଜରେ ପାନ ଖଣ୍ତେ ନିହାତି ଖାଆନ୍ତି। ଆଉ ପାନ ଖାଇବା ସହିତ ପ୍ରିୟଜନଙ୍କୁ ପାନ ବାଣ୍ଟି ଶୁଭେଚ୍ଛା ଜଣାଇଥାନ୍ତି।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |