ବର୍ତ୍ତମାନର ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ଘରେ ଘରେ ବିଭିନ୍ନ ରୋଗର ପ୍ରଭାବ ବଢ଼ିବାକୁ ଲାଗିଛି । ସାଧାରଣ ଦେଖାଯାଉଥିବା ଛୋଟ ଛୋଟ ସମସ୍ୟା ଅଜାଣିତଭାବେ ଡାଏବେଟିସ, ଗ୍ୟାଷ୍ଟ୍ରିକ, ବ୍ଲଡ ପ୍ରେସର ପରି ଗମ୍ଭୀର ରୋଗର ରୂପ ନେଉଛି । କିନ୍ତୁ ଦୈନିକ ଦିନଚର୍ଯ୍ୟା ଓ ଖାଦ୍ୟାଭ୍ୟାସରେ କିଛି ସରଳ ପରିବର୍ତ୍ତନ ଆଣିଲେ ଏଭଳି ସମସ୍ୟାରୁ ବଞ୍ଚି ପାରିବା ସମ୍ଭବ ।
ପ୍ରତିଦିନ ଔଷଧ ଉପରେ ନିର୍ଭର କରିବା ପ୍ରତି ବଦଳରେ ଶସ୍ୟଜାତୀୟ ଖାଦ୍ୟ, ସବୁଜ ପନିପରିବା ଓ ପୁଷ୍ଟିକର ଆହାରକୁ ଦୈନିକ ଡାଏଟରେ ସାମିଲ କରିବାକୁ ଚିକିତ୍ସକମାନେ ପରାମର୍ଶ ଦେଉଛନ୍ତି । ସେହିପରି ଖାଦ୍ୟ ତାଲିକାରେ ଏକ ବିଶେଷ ପ୍ରକାରର ଡାଲି ରହିଛି, ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ସେହି ଡାଲି ହେଉଛି ମସୁର ଡାଲି।
ଔଷଧୀୟ ଗୁଣରେ ଭରପୂର ମସୁର ଡାଲି କାର୍ବୋହାଇଡ୍ରେଟ ଓ ଡାଇଟାରୀ ଫାଇବରରେ ସମୃଦ୍ଧ। ଏହା ସେବନ କଲେ ଓଜନ ନିୟନ୍ତ୍ରଣରେ ରହେ ଏବଂ ହଜମ ପ୍ରକ୍ରିୟା ସୁସ୍ଥ ଥାଏ । ମଧୁମେହ ରୋଗୀଙ୍କ ପାଇଁ ଏହି ଡାଲି ବିଶେଷ ଭାବେ ଉପକାରୀ ବୋଲି ଜଣାଯାଏ।
ଏହାସହିତ ହାଡ଼ ମଜବୁତ କରିବା, ଚର୍ମ ସମସ୍ୟା ହ୍ରାସ କରିବାରେ ମଧ୍ୟ ମସୁର ଡାଲିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେଣୁ ଯଦି ଆପଣ ଡାଏବେଟିସ, ଗ୍ୟାଷ୍ଟ୍ରିକ, ଓଜନ ବୃଦ୍ଧି କିମ୍ବା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ, ତେବେ ନିୟମିତ ଭାବେ ମସୁର ଡାଲିକୁ ଆପଣଙ୍କ ଆହାରରେ ସାମିଲ କରିବା ଲାଭଦାୟକ ହୋଇପାରେ ।
ପ୍ରୋଟିନ ଓ ଫାଇବରରେ ଭରପୂର ମସୁର ଡାଲି ସେବନ କଲେ ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ଭରିଥିବା ଅନୁଭବ ରହେ, ଫଳସ୍ୱରୂପ ଅଧିକ ଭୋକ ଲାଗିନଥାଏ । ଏହି କାରଣରୁ ଓଜନ କମାଇବାରେ ମସୁର ଡାଲି ଗୁରୁତ୍ୱପୂର୍ଣ୍ଣ ସହାୟକ ଭାବେ କାମ କରେ । ଏହାସହିତ ଡାଲିରେ ଥିବା ଫାଇବର ହଜମ ପ୍ରକ୍ରିୟାକୁ ସୁଚାଳିତ ରଖି ଗ୍ୟାଷ୍ଟ୍ରିକ ସମସ୍ୟା ହ୍ରାସ କରିଥାଏ ।
ମସୁର ଡାଲି ଶରୀରରେ ବଢ଼ିଥିବା କୋଲେଷ୍ଟ୍ରଲ ମାତ୍ରା କମାଇବାରେ ସାହାଯ୍ୟ କରେ । ପ୍ରଚୁର ପରିମାଣରେ ଫାଇବର ଥିବାରୁ ଏହି ଡାଲି ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ଉପକାରୀ ବୋଲି ଚିକିତ୍ସକମାନେ କହୁଛନ୍ତି ।
ଆଣ୍ଟିମାଇକ୍ରୋବିଆଲ ଗୁଣରେ ସମୃଦ୍ଧ ମସୁର ଡାଲି ସେବନ କରିଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଏହା ସହିତ ଏହି ଡାଲିରେ କ୍ୟାଲସିୟମ, ମାଗ୍ନେସିୟମ ଓ ଫସଫରସ ଭଳି ଆବଶ୍ୟକୀୟ ଖଣିଜ ଉପାଦାନ ଥାଏ । ଯାହା ହାଡ଼କୁ ମଜବୁତ ଓ ସୁସ୍ଥ ରଖିବାରେ ସହାୟକ ।
ସ୍ୱାଦିଷ୍ଟ ହେବାସହ ସ୍ୱାସ୍ଥ୍ୟକର ମସୁର ଡାଲିର ସୁପ ଦୈନିକ ଖାଦ୍ୟ ତାଲିକାରେ ସାମିଲ କରାଯାଇପାରେ । ସେହିପରି ମସୁର ଡାଲିର ଖେଚୁଡ଼ି ମଧ୍ୟ ପୁଷ୍ଟିକର ଏବଂ ହାଲୁକା ଖାଦ୍ୟ ଭାବେ ଉତ୍ତମ ବିକଳ୍ପ ରୂପେ ଧରାଯାଏ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
