Explore

Search

April 7, 2026 12:03 am

ଏୟାରପୋର୍ଟରେ ନୂଆ ସୁବିଧା : ଏବେ ଟର୍ମିନାଲ୍‌ ଭିତରେ ଅନଲାଇନରେ ମିଳିବ ଖାଦ୍ୟ ଓ ଜରୁରୀ ସାମଗ୍ରୀ

ଭୁବନେଶ୍ୱର : ଏବେ ବିମାନ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା। ସିକ୍ୟୁରିଟି ଚେକ୍ ପରେ ଏୟାରପୋର୍ଟ ଟର୍ମିନାଲ୍‌ ଭିତରେ ବସିଥିବାବେଳେ ଆପଣ ଅନଲାଇନରେ ଖାଦ୍ୟ ଓ ବିଭିନ୍ନ ଜରୁରୀ ସାମଗ୍ରୀ ଅର୍ଡର କରିପାରିବେ।

ଆଦାନୀ ଏୟାରପୋର୍ଟ ହ୍ୟାଣ୍ଡଲିଂ ଲିମିଟେଡ୍‌ (AAHL) ଓ ବ୍ଲିଙ୍କିଟ୍‌ ମଧ୍ୟରେ ଏନେଇ ଚୁକ୍ତି ସ୍ବାକ୍ଷର ହୋଇଛି। ଏହା ଦ୍ୱାରା ଭାରତରେ ପ୍ରଥମଥର ପାଇଁ ଇନ୍-ଟର୍ମିନାଲ୍‌ କ୍ୱିକ୍‌ କମର୍ସ ସେବା ଆରମ୍ଭ ହେଉଛି। ବର୍ତ୍ତମାନ ଏହି ସୁବିଧା ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଉପଲବ୍ଧ ହେବ।

କେବଳ କିଛି ମିନିଟରେ ମିଳିବ ଜରୁରୀ ସାମଗ୍ରୀ

ଯାତ୍ରା ସମୟରେ ଯାତ୍ରୀମାନେ କିଛି ଆବଶ୍ୟକ ସାମଗ୍ରୀ ଭୁଲିଯାନ୍ତି। ଏଥିପାଇଁ ଏୟାରପୋର୍ଟରେ ଦୋକାନ ଥିଲେ ମଧ୍ୟ ସମୟ ଅଭାବରୁ କିଣାକିଣି କରିବା ସମ୍ଭବ ହୁଏନାହିଁ। ଏହି ସମସ୍ୟାର ସମାଧାନ ଭାବେ ମୁମ୍ବାଇ ଏୟାରପୋର୍ଟ ଟର୍ମିନାଲ୍‌–2ରେ ବ୍ଲିଙ୍କିଟ୍‌ ଆପ୍‌ ମାଧ୍ୟମରେ 2,500ରୁ ଅଧିକ ସାମଗ୍ରୀ ଅର୍ଡର କରିପାରିବେ। ଏହି ସେବା ବୋର୍ଡିଂ ଗେଟ୍‌, ଲାଉଞ୍ଜ ଓ ଫୁଡ୍ କୋର୍ଟରେ ମଧ୍ୟ ଉପଲବ୍ଧ ରହିବ।

କ’ଣ କ’ଣ ଅର୍ଡର କରିପାରିବେ?
ଇଲେକ୍ଟ୍ରୋନିକ୍ସ ସାମଗ୍ରୀ
ସ୍ନାକ୍ସ ଓ ଖାଦ୍ୟ ପଦାର୍ଥ
ବହି ଓ ପାଠ୍ୟ ସାମଗ୍ରୀ
ବ୍ୟକ୍ତିଗତ ଆବଶ୍ୟକ ଜିନିଷ
ଯାତ୍ରା ସମ୍ବନ୍ଧୀୟ ସାମଗ୍ରୀ

ଅର୍ଡର କରିବା ପରେ କିଛି ସମୟ ମଧ୍ୟରେ ପ୍ରଶିକ୍ଷିତ କର୍ମଚାରୀମାନେ ସିଧାସଳଖ ଯାତ୍ରୀଙ୍କ ପାଖକୁ ସାମଗ୍ରୀ ପହଞ୍ଚାଇଦେବେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score