Explore

Search

January 28, 2026 4:41 am

ଏଣିକି ଶିଶୁଙ୍କ ଶାରୀରିକ ଓ ମାନସିକ ବିକାଶ ଉପରେ ନଜର ରଖିବ ଏଆଇ

ଭୁବନେଶ୍ୱର : ଜନ୍ମରୁ ୬ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ଶାରୀରିକ ଓ ମାନସିକ ବିକାଶ ଉପରେ ଏଣିକି ସରକାରୀ ସ୍ତରରେ ବିଶେଷ ନଜର ରଖାଯିବ। ଏହି ଲକ୍ଷ୍ୟରେ ଆନ୍ଧ୍ରପ୍ରଦେଶର ସଫଳ ମଡେଲକୁ ଅନୁସରଣ କରି ‘କୃତ୍ରିମ ବୁଦ୍ଧିମତା’ (AI) ଆଧାରିତ ସ୍କ୍ରିନିଂ ପ୍ରଣାଳୀକୁ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି।

ଏହି AI ସ୍କ୍ରିନିଂ ବ୍ୟବସ୍ଥା ମାଧ୍ୟମରେ ଶିଶୁଙ୍କ ଉଚ୍ଚତା, ଓଜନ, ପୋଷଣ ସ୍ଥିତି ସହିତ ମାନସିକ ବିକାଶର ଅବସ୍ଥାକୁ ପ୍ରାରମ୍ଭିକ ଅବସ୍ଥାରୁ ଚିହ୍ନଟ କରାଯିବ। ଯଦି କୌଣସି ଶିଶୁଙ୍କ ବିକାଶରେ ବାଧା କିମ୍ବା ଅସାମାନ୍ୟତା ଚିହ୍ନଟ ହୁଏ, ତେବେ ସମୟରୁ ପୂର୍ବେ ଆବଶ୍ୟକ ଚିକିତ୍ସା ଓ ପରାମର୍ଶ ଦିଆଯିବ ।

ସରକାରଙ୍କ ଏହି ପଦକ୍ଷେପ ଶିଶୁ ସୁରକ୍ଷା, ପୋଷଣ ଓ ସ୍ୱାସ୍ଥ୍ୟ ସେବାକୁ ଆହୁରି ଦୃଢ଼ କରିବା ସହିତ ଭବିଷ୍ୟତ ପିଢ଼ିର ସୁସ୍ଥ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି ଆଶା କରାଯାଉଛି । ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ସଫଳତାର ସହ କାର୍ଯ୍ୟକାରୀ ହେଉଥିବା ‘ଏଆଇ ସ୍କ୍ରିନିଂ ମଡେଲ’କୁ ଓଡ଼ିଶାରେ ମଧ୍ୟ ରୂପାୟଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ସନ୍ଦର୍ଭରେ ମୁଖ୍ୟ ସଚିବ ଅନୁ ଗର୍ଗ ସମ୍ବନ୍ଧିତ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଜାରି କରିଛନ୍ତି।

ଶିଶୁଙ୍କ ଶାରୀରିକ ଓ ମାନସିକ ବିକାଶର ପ୍ରାରମ୍ଭିକ ଅବସ୍ଥାରୁ ସଠିକ୍ ମୂଲ୍ୟାଙ୍କନ କରିବା ଲକ୍ଷ୍ୟରେ ଏହି AI ଆଧାରିତ ସ୍କ୍ରିନିଂ ବ୍ୟବସ୍ଥାକୁ ରାଜ୍ୟରେ କାର୍ଯ୍ୟକାରୀ କରାଯିବ। ଏହା ମାଧ୍ୟମରେ ଶିଶୁ ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ଼ କରିବା ସହ ସମୟରୁ ପୂର୍ବେ ସମସ୍ୟା ଚିହ୍ନଟ କରାଯିବ ବୋଲି ଆଶା ରଖିଛନ୍ତି ।

ଓଡ଼ିଶା ସରକାରଙ୍କ ଏଆଇ-ଆଧାରିତ ସ୍କ୍ରିନିଂ କାର୍ଯ୍ୟକ୍ରମ କେବଳ ସହରାଞ୍ଚଳରେ ସୀମିତ ରହିବ ନାହିଁ; ଏହା ଗ୍ରାମାଞ୍ଚଳର ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଞ୍ଚିବ। ଏହି ପ୍ରଣାଳୀ ମାଧ୍ୟମରେ ଶିଶୁ ମୃତ୍ୟୁହାର ହ୍ରାସ କରିବା ସହ ଶିଶୁମାନଙ୍କ ମଧ୍ୟରେ ଥିବା ପୁଷ୍ଟିହୀନତା ସମସ୍ୟାକୁ ସମୟରୁ ପୂର୍ବେ ଚିହ୍ନଟ ଓ ସମାଧାନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ବିଭାଗୀୟ ସୂତ୍ର ଅନୁସାରେ, ମୁଖ୍ୟ ସଚିବ ଶ୍ରୀମତୀ ଅନୁ ଗର୍ଗ ଏହି ବ୍ୟବସ୍ଥାକୁ ‘ଓଡ଼ିଶା ଭିଜନ ୨୦୩୬’ର ଲକ୍ଷ୍ୟ ସାଧନ ପାଇଁ ଏକ ଶକ୍ତିଶାଳୀ ମୂଳଦୁଆ ଭାବେ ଅଭିହିତ କରିଛନ୍ତି । ଏହା ଦ୍ୱାରା ରାଜ୍ୟର ଶିଶୁ ସ୍ୱାସ୍ଥ୍ୟ ଓ ପୋଷଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯିବ ବୋଲି ଆଶା କରାଯାଉଛି ବୋଲି ମୁଖ୍ୟ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score