Explore

Search

January 15, 2026 10:47 pm

ଏକ ଦେଶ-ଏକ ନିର୍ବାଚନ’ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

One Nation One Election

ଭାରତରେ ‘ଏକ ଦେଶ-ଏକ ନିର୍ବାଚନ’ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି। ଏଣିକି ସାରା ଦେଶରେ ଗୋଟିଏ ସମୟରେ ନିର୍ବାଚନ ହେବ। ଆଉ ପର୍ଯ୍ୟାୟକ୍ରମେ ବିଭିନ୍ନ ରାଜ୍ୟରେ ପୃଥକ ଭାବେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ହେବନି। ‘ଏକ ଦେଶ, ଏକ ନିର୍ବାଚନ’ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତା​‌ରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବୁଧବାର ମଞ୍ଜୁରୀ ମିଳିବା ପରେ ଏଥି ପାଇଁ ପଥ ପରିଷ୍କାର ହୋଇଛି। ରିପୋର୍ଟରେ ଲୋକସଭା ଏବଂ ବିଧାନସଭା ପାଇଁ ନିର୍ବାଚନ ଏକା ସାଙ୍ଗରେ କରିବାକୁ ପରାମର୍ଶ ଦିଆଯାଇଛି। ରିପୋର୍ଟ ଅନୁସାରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ସରିବାର ୧୦୦ ମଧ୍ୟରେ ରାଜ୍ୟସ୍ତରରେ ବିଭିନ୍ନ ପୌର ସଂସ୍ଥାର ନିର୍ବାଚନ କରାଇବା ନେଇ ପରାମର୍ଶ ଦିଆଯାଇଛି। ଏନେଇ ସମ୍ବିଧାନରେ ଆବଶ୍ୟକୀୟ ପରିବର୍ତ୍ତନ କରିବା ଲାଗି ରିପୋର୍ଟରେ କୁହାଯାଇଛି।

ସାରା ଦେଶରେ ଏକସମୟରେ ନିର୍ବାଚନ ପ୍ରକ୍ରିୟା ତ୍ଵରାନ୍ବିତ କରିବା ଲାଗି ୨୦୨୩ ସେପ୍ଟେମ୍ବର ୨ରେ ପୂର୍ବତନ ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଥିଲା। ଗତ ମାର୍ଚ୍ଚ ମାସରେ କମିଟି ୧୮ ହଜାର ୬୨୬ ପୃଷ୍ଠାର ଏକ ରିପୋର୍ଟ ଦାଖଲ କରିଥିଲେ, ଯାହାକୁ କ୍ୟାବିନେଟ ପକ୍ଷରୁ ଅନୁମୋଦନ ମିଳିଛି।

ତେବେ ସୂଚନା ଥାଉ କି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଆସନ୍ତା ୫ ବର୍ଷ ମଧ୍ୟରେ ଦେଶରେ ମୋଦୀ ସରକାରଙ୍କ ତୃତୀୟ ପାଳି କାର୍ଯ୍ୟକାଳ ମଧ୍ୟରେ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ଯୋଜନା କାର୍ଯ୍ୟକାରୀ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କ ସ୍ବାଧୀନତା ଦିବସ ଭାଷଣରେ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ଉପରେ ଗୁରୁତ୍ବାରୋପ କରି କହିଥିଲେ ଯେ ବାରମ୍ବାର ନିର୍ବାଚନ ହେବା ଦ୍ବାରା ଦେଶର ବିକାଶ ମନ୍ଥର ହୋଇଯାଉଛି। ତେଣୁ ଦେଶବାସୀ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ଦିଗରେ ଆଗକୁ ବଢ଼ିବାପାଇଁ ମୋଦୀ ଲାଲ୍‌କିଲ୍ଲାରୁ ‌ଅନୁରୋଧ କରିଥିଲେ। ଦେଶ ପାଇଁ ଏହି ଅଭିଯାନକୁ ସମର୍ଥନ କରିବାପାଇଁ ମୋଦୀ ସବୁ ରାଜନୈତିକ ଦଳକୁ ଅନୁରୋଧ କରିଥିଲେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score