Explore

Search

March 12, 2026 7:52 pm

ଏକୁଟିଆ ରହିଲେ ହେବ କ୍ୟାନ୍ସର

ବର୍ତ୍ତମାନ ସମୟରେ କର୍କଟ ରୋଗ ଦୁନିଆର ସବୁଠାରୁ ଭୟଙ୍କର ଓ ଜୀବନଘାତୀ ରୋଗମାନଙ୍କ ମଧ୍ୟରୁ ଗୋଟିଏ ହୋଇଯାଇଛି । ପ୍ରତିବର୍ଷ ଲକ୍ଷାଧିକ ଲୋକ ଏହି ରୋଗରେ ପ୍ରାଣ ହରାଉଛନ୍ତି । ନୂଆ ତଥ୍ୟ ଦେଖାଉଛି ଯେ, ବୟସ୍କମାନଙ୍କ ସହିତ ସହ ଯୁବପୀଢ଼ି ମଧ୍ୟ ଏବେ ଏହି ରୋଗର ବିପଦରେ ପଡ଼ୁଛନ୍ତି । ଜୀବନଶୈଳୀର ପରିବର୍ତ୍ତନ, ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ, ପ୍ରଦୂଷଣ, ରାସାୟନିକ ପଦାର୍ଥ ସହ ଅଧିକ ସଂସ୍ପର୍ଶ, ଧୂମପାନ ଓ ମଦ୍ୟପାନ ଭଳି କାରଣକୁ ଏହା ପାଇଁ ଦାୟୀ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।

ସମ୍ପ୍ରତି ବୈଜ୍ଞାନିକମାନଙ୍କ ଅଧ୍ୟୟନରୁ ଆଉ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଚୀନର ଗବେଷକମାନଙ୍କ ଦଳ ଗବେଷଣା କରିଛନ୍ତି ଯେ ଯେଉଁମାନେ ଅଧିକ ସମୟ ଏକାକୀ ରହନ୍ତି ଓ ସାମାଜିକ ମିଶିବା ମିଳିବା କମ ଥାଏ, ସେମାନଙ୍କ ମଧ୍ୟରେ କର୍କଟ ରୋଗ ହେବାର ଆଶଙ୍କା ଅଧିକା ଥାଏ ।

ପୂର୍ବରୁ ମଧ୍ୟ ଅନେକ ଅଧ୍ୟୟନ ଏକଲାପଣ ଓ ସ୍ୱାସ୍ଥ୍ୟ ସମସ୍ୟାର ମଧ୍ୟରେ ଥିବା ସମ୍ପର୍କ ନେଇ ସତର୍କ କରିଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଏକ ରିପୋର୍ଟ ଅନୁସାରେ, ବିଶ୍ୱରେ ପ୍ରତି ଛଅ ଜଣଙ୍କ ମଧ୍ୟରୁ ଜଣେ ଏକୁଟିଆ ଅନୁଭବ କରୁଛନ୍ତି । ଏହି ସମସ୍ୟା ଏବେ ଧୀରେଧୀରେ ଏକ “ନୀରବ ମହାମାରୀ” ଭାବେ ଦେଖାଯାଉଛି ।

ବିଶେଷଜ୍ଞମାନଙ୍କ ମତାନୁସାରେ, ଦୀର୍ଘ ସମୟ ଏକା ରହିବାର କୁପ୍ରଭାବ ଦିନକୁ ପ୍ରାୟ ୧୫ଟି ସିଗାରେଟ୍ ଧୂମପାନ କରିବା ସହିତ ସମାନ ହୋଇପାରେ। ଏକଲାପଣ ମନୋସ୍ୱାସ୍ଥ୍ୟକୁ ମଧ୍ୟ ଗଭୀର ଭାବରେ ପ୍ରଭାବିତ କରେ । ଯାହା ପ୍ରାୟ ୫୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇଦିଏ । ସେହିପରି ହୃଦ ରୋଗ କିମ୍ବା ଷ୍ଟ୍ରୋକ ହେବାର ସମ୍ଭାବନା ମଧ୍ୟ ପ୍ରାୟ ୩୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ ।

ଏକ ନୂଆ ଅଧ୍ୟୟନରେ ୩୫ ହଜାରରୁ ଅଧିକ ବୟସ୍କଙ୍କ ତଥ୍ୟ ବିଶ୍ଳେଷଣ କରାଯାଇଥିଲା । ସେଥିରେ ଜଣାପଡ଼ିଛି ଯେ ସାମାଜିକ ଭାବେ ବିଚ୍ଛିନ୍ନ ରହୁଥିବା ଲୋକମାନଙ୍କ ମଧ୍ୟରେ କର୍କଟ ରୋଗ ହେବାର ସମ୍ଭାବନା ତୁଳନାମୂଳକ ଭାବେ ଅଧିକ ।

ତେବେ ଗବେଷକମାନେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ କେବଳ ଏକଲାପଣ ହିଁ କର୍କଟ ରୋଗର ପ୍ରଧାନ କାରଣ ନୁହେଁ । ଏହାସହ ମନୋଚାପ, ଅସ୍ୱାସ୍ଥ୍ୟକର ଜୀବନଶୈଳୀ, ଖରାପ ଖାଦ୍ୟ ଅଭ୍ୟାସ ଓ ଶାରୀରିକ କ୍ରିୟାକଳାପର ଅଭାବ ଭଳି କାରଣମାନେ ମିଶି ଏହି ବିପଦକୁ ଆହୁରି ବଢ଼ାଇପାରେ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score