ମସ୍କୋ : ଋଷରେ ଆମେରିକୀୟ ସୋସିଆଲ ମିଡ଼ିଆର ସବୁ ଆପ ବନ୍ଦ । ଋଷରେ ଡିଜିଟାଲ ନିୟନ୍ତ୍ରଣ ଉପରେ ଲାଗିଲା ରୋକ । ଋଷ ସରକାର ଡିଜିଟାଲ ମାଧ୍ୟମ ନିୟନ୍ତ୍ରଣକୁ ଆହୁରି କଡା କରିଛନ୍ତି । ପୂର୍ବରୁ ଟେଲିଗ୍ରାମ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିବା ବେଳେ ଏବେ ହ୍ୱାଟ୍ସଆପ, ୟୁଟ୍ୟୁବ, ଇନଷ୍ଟାଗ୍ରାମ ଏବଂ ଫେସବୁକ ଭଳି ପ୍ରସିଦ୍ଧ ଆମେରିକୀୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକୁ ଦେଶ ଭିତରେ ଅବରୋଧ କରାଯାଇଛି । ଏହାର ପରିଣାମରେ ଋଷର ସାଧାରଣ ନାଗରିକମାନେ ଏହି ଆପ ଗୁଡ଼ିକୁ ଆଉ ବ୍ୟବହାର କରିପାରିବେନି।
ସରକାରୀ ସୂତ୍ରମାନଙ୍କ କହିବା ଅନୁସାରେ, ଜାତୀୟ ସୁରକ୍ଷା ଏବଂ ତଥ୍ୟ ସୁରକ୍ଷାକୁ ମଧ୍ୟ ନଜରରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଋଷ ପ୍ରଶାସନ ଚାହୁଁଛି ଯେ, ଦେଶବାସୀ ବିଦେଶୀ ଆପ୍ ଗୁଡ଼ିକୁ ଛାଡ଼ି ସ୍ଥାନୀୟ ଓ ସରକାରୀ ନିୟନ୍ତ୍ରଣାଧୀନ ଡିଜିଟାଲ ପ୍ଲାଟଫର୍ମ ଗୁଡ଼ିକୁ ବ୍ୟବହାର କରୁନ୍ତୁ।
କେବଳ ସୋସିଆଲ ମିଡିଆ ନୁହେଁ, କିଛି ଅନ୍ତର୍ଜାତୀୟ ସମ୍ବାଦ ସଂସ୍ଥାମାନଙ୍କର ୱେବସାଇଟକୁ ମଧ୍ୟ ଋଷରେ ବନ୍ଦ କରାଯାଇଛି । ଏଥିରେ ବିବିସି, ଡଏଚେ ୱେଲେ, ରେଡିଓ ଫ୍ରି ଇଉରୋପ୍ ଓ ରେଡିଓ ଲିବର୍ଟି ପରି ମାଧ୍ୟମ ଅନ୍ତର୍ଭୁକ୍ତ ଅଛନ୍ତି । ଏହାସହିତ ବେନାମୀ ଭାବେ ଇଣ୍ଟରନେଟ ବ୍ରାଉଜିଂ ପାଇଁ ବ୍ୟବହୃତ ‘ଟୋର’ ବ୍ରାଉଜରକୁ ମଧ୍ୟ ଅବରୋଧ କରାଯାଇଥିବା ଖବର ମିଳିଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
