Explore

Search

February 26, 2026 12:40 am

ଋତୁସ୍ରାବ ପାଇଁ କର୍ମଜୀବୀ ମହିଳାଙ୍କୁ ମିଳିବ ଦିନେ ଛୁଟି: ସ୍ୱାଧୀନତା ଦିବସରେ ଉପମୁଖ୍ୟମନ୍ତ୍ରୀ ବଡ ଘୋଷଣା

Odisha News

୭୮ତମ ସ୍ୱାଧୀନତା ଦିବସ ଅବସରରେ ମହିଳା କର୍ମଜୀବୀଙ୍କ ପାଇଁ ରାଜ୍ୟ ସରକାର ଆଣିଦେଇଛନ୍ତି ବଡ ଭେଟି। ଏଣିତି ଋତୁସ୍ରାବ ପାଇଁ ଉଭୟ ସରକାରୀ ଓ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ମହିଳାଙ୍କୁ ମିଳିବ ଦିନେ ଛୁଟି । ଖୁବଶୀଘ୍ର ଏହି ନିୟମ ସାରା ରାଜ୍ୟରେ ଲାଗୁ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରଥମ ୧୦୦ ଦିନିଆ କାର୍ଯ୍ୟ ଭିତରେ ଏପରି ଏକ ବଡ଼ ନିଷ୍ପତ୍ତି ନିଆଯାଇଛି।

ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଋତୁସ୍ରାବ ପାଇଁ ମହିଳାମାନଙ୍କୁ ଏବେ ଛୁଟି ମିଳିବ। ଋତୁସ୍ରାବ ଦିନ କିମ୍ବା ଦ୍ଵିତୀୟ ଦିନ ମହିଳା କର୍ମଚାରୀମାନେ ଏହି ଛୁଟି ନେଇପାରିବେ।

ପୂର୍ବରୁ ବିହାର ଓ କେରଳ ରେ ଏହି ପଦକ୍ଷପ ନିଆଯାଇଥିଲା। ତେବେ ଚଳିତବର୍ଷ ଓଡ଼ିଶାରେ ଲାଗୁହେବ ଏହି ନିୟମ ଉଭୟ ଘରୋଇ ଏବଂ ସରକାରୀ ଅନୁଷ୍ଠାନରେ କାମକରୁଥିବା ମହିଳାଙ୍କୁ ମିଳିବ ଏହି ସୁବିଧା। ତେବେ ଏହି ଛୁଟି କୁ ଅପସନାଲ ରଖାଯିବ। ଏହି ସମ୍ପର୍କୀୟ କେବଳ ଘୋଷଣା ହିଁ କରାଯାଇଛି ମାତ୍ର ନିୟମ ଲାଗୁହେବା ପରେ ହିଁ ଏହି ସୁବିଧା କାର୍ଯ୍ୟକାରି କରାଯିବ ନେଇ ସୂଚନା ରହିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score