Explore

Search

February 20, 2026 11:25 pm

ଉପସ୍ଥାପିତ ହେଲା ବିଧାନସଭାରେ ଆର୍ଥିକ ବର୍ଷର ବଜେଟ : ରାଜ୍ୟ ପାଇଁ ୩ ଲକ୍ଷ ୧୦ ହଜାର କୋଟି

ଭୁବନେଶ୍ୱର : ରାଜ୍ୟ ବିଧାନସଭାରେ ୨୦୨୬–୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏହି ବଜେଟକୁ ସଦନରେ ପ୍ରସ୍ତୁତ କରିଛନ୍ତି । ଗତ ବର୍ଷ ରାଜ୍ୟସରକାର ପ୍ରାୟ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ ଆଣିଥିଲେ। ଏହାସହିତ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ ମଧ୍ୟ ପ୍ରସ୍ତୁତ କରାଯାଇଥିଲା ।

ଏବେ ୨୦୨୬–୨୭ ଆର୍ଥିକ ବର୍ଷ ପାଇଁ ବଜେଟର ଆକାର ବଢ଼ି ୩ ଲକ୍ଷ ୧୦ ହଜାର କୋଟି ଟଙ୍କାକୁ ପହଞ୍ଚିଛି । ଏହି ବଜେଟରେ ବିଭିନ୍ନ ବିକାଶମୂଳକ ଯୋଜନାକୁ ଗୁରୁତ୍ୱ ଦିଆଯାଇଛି ।

ଗତ ବର୍ଷ ସହିତ ତୁଳନା କରିଲେ ଏହି ବଜେଟର ଆକାର ପ୍ରାୟ ୬.୯ ପ୍ରତିଶତ ବଢ଼ିଛି ବୋଲି ସୂଚନା ମିଳିଛି । ପ୍ରଶାସନିକ ଖର୍ଚ୍ଚ ପାଇଁ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।

ବଜେଟରେ VB-G RAM G ଯୋଜନା ପାଇଁ ୫୫୭୫ କୋଟି ଟଙ୍କା ରଖାଯାଇଛି। ସେହିପରି ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା ପାଇଁ ୬୩୫ କୋଟି ଟଙ୍କା ଦିଆଯାଇଛି । ଚାଷୀମାନଙ୍କ ସୁବିଧା ପାଇଁ ୧୦୦ଟି ସ୍ମାର୍ଟ ଫାର୍ମ ମାର୍କେଟ (ମଡେଲ୍ ମଣ୍ଡି) ସ୍ଥାପନା ପାଇଁ ୧୦୦ କୋଟି ଟଙ୍କା ବ୍ୟୟ କରାଯିବ ।

VB-G RAM G ଯୋଜନା ପାଇଁ ୫୫୭୫ କୋଟି ଟଙ୍କା ରଖାଯାଇଛି । ବଡ଼ ଶସ୍ୟ ସଂରକ୍ଷଣ ଯୋଜନା ପାଇଁ ୨୪୦ କୋଟି ଟଙ୍କା ବ୍ୟୟ କରାଯିବ। ରେୟାର ଆର୍ଥ କରିଡର ପାଇଁ ୧୦ କୋଟି ଟଙ୍କା ଘୋଷଣା ହୋଇଛି।

ରାଜ୍ୟରେ AI ମିଶନ ଆରମ୍ଭ ପାଇଁ ୨୩ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ସେହିପରି ପର୍ଯ୍ୟଟନ ଉନ୍ନତି ପାଇଁ ଟୁରିଜିମ ଲ୍ୟାଣ୍ଡ ବ୍ୟାଙ୍କ ସ୍କିମ ଅଧୀନରେ ୧୫୦ କୋଟି ଟଙ୍କା ରଖାଯାଇଛି।

ତେବେ ଓଡ଼ିଶାର ବିକାଶକୁ ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏହି ବର୍ଷ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଛନ୍ତି ।

ଗତ ବର୍ଷ ତୁଳନାରେ ଏହି ବଜେଟର ଆକାର ବହୁତ ବଢ଼ିଛି । ଏହା ରାଜ୍ୟର ଅର୍ଥନୀତି ମଜବୁତ ହେଉଥିବା ଓ ବିକାଶ ଗତି ବଢ଼ୁଥିବାର ସ୍ପଷ୍ଟ ସଙ୍କେତ ଦେଉଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score