Explore

Search

January 14, 2026 3:58 am

ଉଦଯାପିତ ହେଲା ପରବ ମହୋତ୍ସବ, ପୁଣି ଅପେକ୍ଷା ଆରବରଷକୁ

କୋରାପୁଟ: ସରିଲା ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ ‘ପରବ’ ମହୋତ୍ସବ । ପୁଣି ଅପେକ୍ଷା ଆସନ୍ତା ବର୍ଷକୁ । ଶେଷ ରଜନୀରେ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟୱାନ ମହାଜନ ସଭାପତିତ୍ୱ କରି ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଥିବା କୃତି ପ୍ରତିଯୋଗୀଙ୍କୁ ମଞ୍ଚରେ ପୁରସ୍କୃତ କରାଯାଇଥିଲା । ତେବେ ମହୋତ୍ସବର ଶେଷ ସନ୍ଧ୍ୟାରେ ଆୟୋଜିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ କଳାକାର ସଚେତ ଓ ପରମ୍ପରା ଯୋଡି । ଉଭୟଙ୍କ ଗୀତରେ ମତୁଆଲା ହୋଇଥିଲେ ଦର୍ଶକ ।
ତେବେ ଶେଷ ରଜନୀ କାର୍ଯ୍ୟକ୍ରମରେ ସଙ୍ଗୀତ ଭିତ୍ତିକ ଆତସବାଜି ପ୍ରଦର୍ଶନ, ଜଗତସିଂହପୁରର ଘୋଡା ନାଚ , ରାଜସ୍ଥାନର ଘୁମର ସମେତ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର କଳାକାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ୨୮ ବର୍ଷର ପରବ ଅନେକ ନୂଆ କୀର୍ତ୍ତି ସାଉଁଟିବା ସହିତ ଏକ ନୂଆ ଛାପ ଛାଡ଼ିଛି ।

ଅନ୍ୟପକ୍ଷରେ ପଲ୍ଲୀଶ୍ରୀ ମେଳାରେ ଚତୁର୍ଥ ଦିବସ ସୁଧା ମୋଟ ୧୦ କୋଟି ୫୬ ଲକ୍ଷ ୯୦ ହଜାର ଟଙ୍କାର କାରବାର ହୋଇଛି । ପରବ ଶେଷ ହୋଇଥିବାରୁ ମହୋତ୍ସବକୁ ଉପଭୋଗ କରିବା ନିମନ୍ତେ ସେମିଲିଗୁଡା, ଲକ୍ଷ୍ମୀପୁର, ଜୟପୁର, ବୋରିଗୁମ୍ମା ଆଦି ଅଞ୍ଚଳରୁ ବହୁ ସଂଖ୍ୟାରେ ଦର୍ଶକ ଆସିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସହରର ସଙ୍କୀର୍ଣ୍ଣ ଯୋଗୁଁ କୋରାପୁଟ ମୁଖ୍ୟବଜାର ପ୍ରବଳ ଗହଳି ହୋଇ ଭିଡ଼ ଲାଗି ରହିଥିଲା।

୧୮ ତାରିଖରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କୋରାପୁଟକୁ ଦେଇଛନ୍ତି ଉପହାର ଭେଟି । ମୋଟ ୫୪୫ କୋଟି ଟଙ୍କାର ପ୍ରକଳ୍ପ ଭେଟି ମିଳିଛି କୋରାପୁଟ ଜିଲ୍ଲାକୁ। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମହୋତ୍ସବରେ ଯୋଗଦେଇ ୨୩.୯୪ କୋଟି ଟଙ୍କାର ୧୬ଟି ପ୍ରକଳ୍ପ ଉଦଘାଟନ କରିଛନ୍ତି । ସେହିପରି ୫୨୧.୨୭ କୋଟି ଟଙ୍କାର ୭୦ଟି ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ ହୋଇଛି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କୋରାପୁଟ ଜିଲ୍ଲାକୁ ଏଭଳି ଭେଟି ଦେଇଥିବାରୁ କୋରାପୁଟବାସୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ପ୍ରଶଂସା କରିଛନ୍ତି । ଆଉ କହିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ପାଇଁ ବଦଳିଲା କୋରାପୁଟର ଭାଗ୍ୟ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score