Explore

Search

March 2, 2026 4:54 am

ଉଦଯାପିତ ହେଲା ଅଷ୍ଟାଦଶ ଅନ୍ତର୍ଜାତୀୟ ଚଉଷଠି ଯୋଗିନୀ ମହୋତ୍ସବ

Chausathi Yogini Mahotsav

ଭୁବନେଶ୍ବର/ ବାଳକାଟୀ: ନୃତ୍ୟ ପ୍ରତିଭା ଅନୁଷ୍ଠାନ ଦ୍ବାରା ଆୟୋଜିତ ଅଷ୍ଟାଦଶ ଅନ୍ତର୍ଜାତୀୟ ଚଉଷଠି ଯୋଗିନୀ ମହୋତ୍ସବ-୨୦୨୪ ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ଅତିଥ୍‌ ଭାବେ ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାସ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ପୂର୍ବତନ ଅଧ୍ଯକ୍ଷା ତ‌ଥା ଓଡ଼ିଶୀ ନୃତ୍ୟାଙ୍ଗନା ଡ. ସ୍ନେହପ୍ରଭା ସାମନ୍ତରାୟ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ଶାସନ ସଚିବ ଅରୁଣ ବେହେରା, ବିଶ୍ଵ ଓଡ଼ିଆ ସମାଜର ଅଧ୍ୟକ୍ଷ କିଶୋର ଦ୍ବିବେଦୀ, ରାୟପୁର ଦୂରଦର୍ଶନ କେନ୍ଦ୍ରର ନିର୍ଦେଶକ ନିଲମ୍ ସୋନା, ନୃତ୍ୟ ପ୍ରତିଭାର ସଭାପତି ଡ. ରଜନୀ ରଞ୍ଜନ ଦାଶ, ଉପସଭାପତି ବଙ୍କିମ ଚନ୍ଦ୍ର ନାୟକ ଓ ସମ୍ପାଦିକା ପ୍ରତିଭା ପଣ୍ଡା ଯୋଗଦେଇ ଚଉଷଠି ଯୋଗିନୀ ନୃତ୍ୟ ପ୍ରତିଭା ସମ୍ମାନ- ୨୦୨୪ ଗୁରୁ ନିରଞ୍ଜନ ରାଉତଙ୍କୁ ପ୍ରଦାନ କରାଯାଇଥିଲା । ଗୁରୁ ଶ୍ରୀ ରାଉତଙ୍କ ଦ୍ବାରା ‘ଜଗବନ୍ଧୁ ପରି ଜଣେ ସାଆନ୍ତ’ ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।

ପରେ ନୁପୂର ଅନୁଷ୍ଠାନର ଶିଳ୍ପୀଙ୍କ ଦ୍ବାରା ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। କୋଲକାତାରୁ ଆସିଥିବା ଗୁରୁ ମୋନଜିତ୍ ସାହାଙ୍କ ଅନୁଷ୍ଠାନ ନିପୁନ୍ ନୃତ୍ୟାଳୟର ଶିଳ୍ପୀଙ୍କ ଦ୍ବାରା ଭାରତନାଟ୍ୟମ୍ ପରିବେଷଣ କରାଯାଇଥିଲା। କୋରାପୁଟର ଦଳ ଢେମ୍‌ସା ନୃତ୍ୟ ପରିବେଷଣ କରିଥିଲେ । ବିଶ୍ଵଜିତ ବଳିଆରସିଂହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ପ୍ରତିଭା ପଣ୍ଡା ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score