ହର୍ମୁଜ ସାଗରସନ୍ଧିକୁ ନେଇ ପରିସ୍ଥିତି ଆହୁରି ଗଭୀର ହୋଇପଡ଼ିଛି। ଆଜିଠାରୁ ଆମେରିକା ପକ୍ଷରୁ ଇରାନ ସମ୍ବନ୍ଧିତ ଜାହାଜ ଚଳାଚଳ ଉପରେ କଠୋର ନିୟନ୍ତ୍ରଣ ଲାଗୁ କରିବାକୁ ଘୋଷଣା ହୋଇଛି। ଶାନ୍ତି ଆଲୋଚନା ବିଫଳ ହେବା ପରେ ଆମେରିକା ସେନାର କେନ୍ଦ୍ରୀୟ କମାଣ୍ଡ ଏହି ସିଦ୍ଧାନ୍ତ ନେଇଥିବା ସୂଚନା ମିଳିଛି ।
ଭାରତୀୟ ସମୟ ଅନୁସାରେ ଆଜି ସନ୍ଧ୍ୟା ୭ଟା ୩୦ମିନିଟରୁ ଏହି ପଦକ୍ଷେପ କାର୍ଯ୍ୟକାରୀ ହେବ। ଯାହା ଅନ୍ତର୍ଜାତୀୟ ଜଳପଥରେ ପରିସ୍ଥିତିକୁ ଆହୁରି ସଙ୍କଟପୂର୍ଣ୍ଣ କରିପାରେ। ଆମେରିକାର କେନ୍ଦ୍ରୀୟ ସେନା କମାଣ୍ଡ ପକ୍ଷରୁ ସୂଚନା ମିଳିଛି ଯେ, ଇରାନର ବନ୍ଦର ଓ ସମୁଦ୍ରତଟ ଅଞ୍ଚଳକୁ ପ୍ରବେଶ କିମ୍ବା ସେଠାରୁ ବାହାରୁଥିବା ସମସ୍ତ ଦେଶର ଜାହାଜ ଉପରେ କଠୋର ନିରୀକ୍ଷଣ ଓ ଅବରୋଧ ଲାଗୁ ହେବ।
ଏହି ପଦକ୍ଷେପ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶକୁ ଅନୁସରଣ କରି ଗ୍ରହଣ କରାଯାଇଥିବା ବୋଲି କୁହାଯାଇଛି। ଏହା ସମ୍ବନ୍ଧରେ କେନ୍ଦ୍ରୀୟ କମାଣ୍ଡ ସୋସିଆଲ ମିଡିଆ ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରାଯାଇଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
