Explore

Search

February 16, 2026 12:38 am

ଆଲର୍ଟ ରେ ସରକାର : ଓଡ଼ିଶାରେ ବଢୁଛି ଅନୁପ୍ରବେଶକାରୀଙ୍କ ଚିନ୍ତା

Bangladesh News

ରାଜ୍ୟର ବିଭିର୍ନ ସ୍ଥାନରେ ଅନୁପ୍ରବେଶକାରୀଙ୍କୁ ନେଇ ବଢୁଛି ଚିନ୍ତା। ଏକ ରିପୋର୍ଟ ରୁ ଜଣାପଡିଛି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ରହିଛନ୍ତି ୧ ଲକ୍ଷରୁ ଅଧିକ ଅନୁପ୍ରବେଶକାରୀ। ଏ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା। ଆଉ ଯିଏ ବେଆଇନ ଭାବରେ ଆସିଥିବ ତାକୁ ଘରକୁ ପଠାଯିବ । ଓଡ଼ିଶାରେ କାମ କରୁଥିବା ଶ୍ରମିକ ଓ ବୁଲା ବିକାଳୀଙ୍କ ଉପରେ ନଜର ରହିଛି।

ଯେଉଁମାନେ ଶରଣାର୍ଥୀ ଭାବରେ ଆସିଛନ୍ତି ସେମାନେ CAA ଅନ୍ତର୍ଭୁକ୍ତ। ମାତ୍ର ଯେଉଁମାନେ ଅନୁପ୍ରବେଶ କରିବା ଉଦ୍ଧେଶ୍ୟରେ ଆସିଛନ୍ତି ସେମାନଙ୍କ ମଧ୍ୟରୁ କିଛି ଲୋକ ପଶ୍ଚିମବଙ୍ଗ ଦେଇ ଏବଂ କିଛି ଲୋକ ସିଧାସଳଖ ଡଙ୍ଗାରେ ଆସୁଛନ୍ତି। କିନ୍ତୁ ପଶ୍ଚିମବଙ୍ଗ ଦେଇ ଓଡ଼ିଶାରେ ପ୍ରବେଶ କରିଥିବା ବାଂଲାଦେଶୀ ବିଭିନ୍ନ ସମୟରେ ବେଆଇନ କାର୍ଯ୍ୟରେ ମଧ୍ୟ ଲିପ୍ତ ରହୁଛନ୍ତି। ମାତ୍ର ସରକାରୀ ହିସାବ ଆଧାରରେ ରାଜ୍ୟରେ ୩ ହଜାର ୯୮୭ ବାଂଲାଦେଶୀ ଅନୁପ୍ରବେଶକାରୀ ଅଛନ୍ତି। ସେଥିମଧ୍ୟରୁ ସର୍ବାଧିକ କେନ୍ଦ୍ରାପଡାରେ ୧୬ ଶହ ୪୯ ଜଣ ଅଛନ୍ତି। ଏବଂ ପାରାଦୀପରେ ଅଛନ୍ତି ୧୧ ଶହ ୧୨ ଜଣ ବାଂଲାଦେଶୀ। ବାଂଲାଦେଶ ରେ ହୋଇଥିବା ରାଜନୈତିକ ଅସ୍ଥିରତା ଯୋଗୁ ଲୋକେ ଭାରତ ମୁହାଁ ହେବାରେ ଲାଗିଛନ୍ତି। ବିଶେଷକରି ପଶ୍ଚିମବଙ୍ଗ ସୀମାରେ ଏବଂ ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଯେଉଁ ବାଂଲାଦେଶୀ ପୂର୍ବରୁ ଅନୁପ୍ରବେଶ କରିଛନ୍ତି ଓ ଏଠାରେ ବିଭିନ୍ନ ବୃତ୍ତିରେ ଅଛନ୍ତି, ସେମାନଙ୍କର ଯାଞ୍ଚ ପ୍ରକ୍ରିୟା ଖୁବ୍‌ ଶୀଘ୍ର ଆରମ୍ଭ ହେବ। ଯେଉଁମାନଙ୍କ ପାଖରେ ଓଡ଼ିଶା କିମ୍ବା ଭାରତରେ ରହିବା ପାଇଁ ବୈଧ ପ୍ରମାଣ ପତ୍ର ନଥିବ, ତାହାହେଲେ ସେମାନଙ୍କୁ ନିଜ ଦେଶକୁ ପ୍ରତ୍ୟାର୍ପଣ କରିବାର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score