Explore

Search

March 4, 2026 9:19 am

ଆରମ୍ଭ ହେଲା ମୋହନା ମହୋତ୍ସବ, ମଶାଲ ଶୋଭାଯାତ୍ରାରେ କମ୍ପିଲା ଉତ୍ସବ ସ୍ଥଳ

ଗଜପତି : ଗଜପତି ଜିଲ୍ଲା ମୋହନା ବ୍ଲକରେ ଆଜି ଠାରୁ ଦୁଇ ଦିନ ଧରି ହେବାକୁ ଥିବା ମୋହନା ମହୋତ୍ସବ ନିମନ୍ତେ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ମଶାଲ ଶୋଭାଯାତ୍ରା ସ୍ଥାନୀୟ କଲେଜ ଛକ ଠାରୁ ଆରମ୍ଭ ହୋଇ ବିରାଟ ପଟୁଆରରେ ଉତ୍ସବ ସ୍ଥଳରେ ପହଞ୍ଚିଥିଲା । ଏହି ମଶାଲ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ ମୋହନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ରାଜୀବ ଦାସ ।

ଏହାସହ ମଶାଲକୁ ବିରାଟ ପଟୁଆରରେ ଉତ୍ସବ ସ୍ଥଳକୁ ନେଇଥିଲେ ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଉପାଧ୍ୟକ୍ଷ,ସମସ୍ତ ସରପଞ୍ଚ, ସମିତି ସଭ୍ୟ /ସଭ୍ୟା,କଲେଜ ଅଧ୍ୟାପକଙ୍କ ସମେତ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଛାତ୍ରଛାତ୍ରୀ ଏବଂ ମହିଳା ସ୍ବେଛାସେବୀ ସଂଘ କୀର୍ତ୍ତନ ମଣ୍ଡଳୀ ।

ଏହି ଶୋଭାଯାତ୍ରାରେ ରେଞ୍ଜର ଲଷ୍ମୀ ପ୍ରସାଦ ବିଷୋୟୀ, ସିଡିପିଓ, ସମସ୍ତ ସରକାରୀ ବେସରକାରୀ ଅଧିକାରୀ, ସ୍ଥାନୀୟ ପୋଲିସ ପ୍ରମୁଖ ଶୋଭାଯାତ୍ରାରେ ଭାଗ ନେଇଥିଲେ। ବିଡ଼ିଓ ଶ୍ରୀଯୁକ୍ତ ଦାସ ଏହି ଉତ୍ସବ ଆଡମ୍ବର ସହିତ ପାଳନ ହେବାକୁ ଥିବାରୁ ସ୍ଥାନୀୟ ଜନସାଧାରଣ ଏବଂ ରାଜ ନେତାଙ୍କ ସହଯୋଗ କାମନା କରିଥିଲେ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score